Report Card Odisha

| Daily Odia News

ସାପ୍ତାହିକ ରାଶିଫଳ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଭାଗ୍ୟ ଆପଣଙ୍କର ସପକ୍ଷରେ ଯିବ। ପ୍ରତୀକ୍ଷାର ଅନ୍ତ ଘଟିବ। ବୁଧବାର ଓ ଗୁରୁବାର ଲୋକ ସମ୍ପର୍କ ବୃଦ୍ଧି ପାଇବ। ଜୀବନ ସୁଖମୟ ହେବ। ଦୂରଦେଶକୁ ପରିଭ୍ରମଣର ଯୋଗ ରହିଛି। ସୁସମ୍ବାଦ ଲାଭ କରିପାରନ୍ତି। ଶୁକ୍ରବାର ଓ ଶନିବାର ସମସ୍ୟା ସମାଧାନରେ ବ୍ରତୀ ହେବେ। ମହିଳା ଓ ବିଦ୍ୟାର୍ଥୀ ଯଶ ଲାଭ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ହନୁମାନ ଚାଳିଶା ଓ ବଜରଙ୍ଗ ବାଣ ପାଠ କରନ୍ତୁ।
ବୃଷ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସାବଧାନତା ଅବଲମ୍ବନନୀୟ। ସମସ୍ୟାରେ ପଡ଼ିପାରନ୍ତି। ଦୁର୍ବଳତା ଅନୁଭବ କରିବେ। ବୁଧବାର ଓ ଗୁରୁବାର ଦୂରଯାତ୍ରା ସୁଯୋଗ ସୃଷ୍ଟି ହେବ। ଶୁକ୍ରବାର ଓ ଶନିବାର ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ ହେବେ। କର୍ମଚାରୀମାନେ ସଫଳତା ପାଇବେ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ଲାଭ କରିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ରୁଦ୍ରାଷ୍ଟକ ପାଠ କରନ୍ତୁ।
ମିଥୁନ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଆନନ୍ଦ ଉଲ୍ଲାସରେ ସମୟ ଅତିବାହିତ ହେବ। ବିବାହ ପ୍ରସ୍ତାବ ଆସିପାରେ। ବୁଧବାର ଓ ଗୁରୁବାର ମାନସିକ ଅବସାଦ ଦେଖାଦେବ। ଶୁକ୍ରବାର ଓ ଶନିବାର ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ। ବନ୍ଧୁବାନ୍ଧବଙ୍କ ମେଳରେ ସମୟ କଟାଇବେ। ମହିଳା ଓ ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ମା’ ତ୍ରିଶୁରାସୁନ୍ଦରୀଙ୍କ କବଚ ପାଠ କରନ୍ତୁ।
କର୍କଟ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସଫଳତା ଲାଭ କରିବେ। ପରିବେଶ ଅନୁକୂଳ କାର୍ଯ୍ୟ କରିବେ। ବୁଧବାର ଓ ଗୁରୁବାର ପ୍ରେମରେ ସଫଳତା ଲାଭ ହେବ। ସ୍ତ୍ରୀ ହେତୁକ ଧନ ଲାଭ ହେବ। ଶୁକ୍ରବାର ଓ ଶନିବାର ଦୁର୍ଘଟଣାଗ୍ରସ୍ତ ହେବାର ସମ୍ଭାବନା ରହିଛି। ଆଶା ନିରାଶାରେ ପରିବର୍ତ୍ତନ ହେବ। ମହିଳା ଓ ବିଦ୍ୟାର୍ଥୀ ସୃଜନଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଶିବଚାଳିଶା ପାଠ କରନ୍ତୁ।
ସିଂହ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସନ୍ତାନ ହେତୁକ ସମସ୍ୟା ଦୂରୀଭୂତ ହେବ। ଦୂରଯାତ୍ରା କରିବା ପାଇଁ ଯୋଜନା ପ୍ରସ୍ତୁତ କରିବେ। ବୁଧବାର ଓ ଗୁରୁବାର ନିଜର ବୁଦ୍ଧି ବିବେକ ବଳରେ ଶତ୍ରୁକୁ ପରାସ୍ତ କରିବେ। ଶୁକ୍ରବାର ଓ ଶନିବାର ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ସମସ୍ୟାର ସମାଧାନ ହେବ। ମହିଳା ଓ ବିଦ୍ୟାର୍ଥୀ ଆତ୍ମ ସନ୍ତୋଷ ଲାଭ କରିବେ। ରିଷ୍ଟ ଖଣ୍ଡନ ପାଇଁ ା ଶ୍ରୀ ଆଦିତ୍ୟହୃଦୟ ସ୍ତୋତ୍ର ପାଠ କରନ୍ତୁ।
କନ୍ୟା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଏତେଟା ଶୁଭଫଳ ପ୍ରଦାନ କରିବ ନାହିଁ। ଜମିବାଡ଼ି ଗଣ୍ଡଗୋଳ ଦେଖାଦେଇପାରେ। ବୁଧବାର ଓ ଗୁରୁବାର ଧୈର୍ଯ୍ୟର ସହ କାର୍ଯ୍ୟ କରିବେ। ବିଳମ୍ବରେ ସଫଳତା ଲାଭ ହେବ। ଶୁକ୍ରବାର ଓ ଶନିବାର ଶତ୍ରୁ ଉପରେ ବିଜୟ ଲାଭ କରିବେ। ଯାନବାହନର ସୌଖ୍ୟ ଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ସମୟାନୁବର୍ତ୍ତୀ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ନାରାୟଣ କବଚ ପାଠ କରନ୍ତୁ।
ତୁଳା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ବନ୍ଧୁ ସହଯୋଗ ପ୍ରାପ୍ତ କରିବେ। ବିପଦକୁ ଏଡ଼ାଇ ଯିବେ। ବୁଧବାର ଓ ଗୁରୁବାର ବାକ୍‌ ସଂଯମୀ ହୁଅନ୍ତୁ। ଗୁପ୍ତ ଶତ୍ରୁ ଦ୍ବାରା କର୍ମକ୍ଷେତ୍ରରେ ବିଘ୍ନ ସୃଷ୍ଟି ହେବ। ଶୁକ୍ରବାର ଓ ଶନିବାର ସନ୍ତାନର କୃତିତ୍ବରେ ଆନନ୍ଦିତ ହେବେ। ବ୍ୟବସାୟରେ ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଶିବସ୍ତୋତ୍ର ପାଠ କରନ୍ତୁ।
ବିଛା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କର୍ମବନ୍ଧନ ଯୋଗ ସୃଷ୍ଟି ହେବ। ଚିଡ଼ିଚିଡ଼ା ସ୍ବଭାବ ପରିଲକ୍ଷିତ ହେବ। ବୁଧବାର ଓ ଗୁରୁବାର ନିଜ ଯୋଜନାର ସଫଳ ରୂପାୟନ ପାଇଁ କାର୍ଯ୍ୟ କରିବେ। ଶୁକ୍ରବାର ଓ ଶନିବାର ଶାରୀରିକ ଅସୁସ୍ଥତା ଦେଖାଦେଇପାରେ। ଋଣଯୁକ୍ତ ହୋଇପାରନ୍ତି। ଠକାମିର ଶିକାର ହେବେ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଲକ୍ଷ୍ମୀ ନୃସିଂହ ମନ୍ତ୍ର ପାଠ କରନ୍ତୁ।
ଧନୁ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଆର୍ଥିକ ଉନ୍ନତି ପରିଲକ୍ଷିତ ହେବ। ଯାନବାହନ କିଣି ପାରନ୍ତି। ବୁଧବାର ଓ ଗୁରୁବାର ସମ୍ବେଦନଶୀଳ ହେବେ। ପାରିବାରିକ ସମସ୍ୟା ଲାଗି ରହିବ। ଶୁକ୍ରବାର ଓ ଶନିବାର ଉଦ୍ୟମରେ ସଫଳତା ଲାଭ କରିବେ। ସାମାଜିକ ପ୍ରତିଷ୍ଠା ଲାଭ କରିବେ। ପ୍ରକୃତି ପ୍ରେମୀ ହେବେ। ମହିଳା ଓ ବିଦ୍ୟାର୍ଥୀ କର୍ମଠ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ଦୁର୍ଗା ସହସ୍ରନାମ ପାଠ କରି ଅନ୍ନଦାନ କରନ୍ତୁ।
ମକର : ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପ୍ରତିକୂଳ ପରିସ୍ଥିତିର ସମସ୍ୟା ଦେଖା ଦେବ। ପାରିବାରିକ କଳହ ସୃଷ୍ଟି ହେବ। ପିଲାମାନଙ୍କୁ ନେଇ ସମସ୍ୟା ସୃଷ୍ଟି ହେବ। ବୁଧବାର ଓ ଗୁରୁବାର ପ୍ରତିଯୋଗିତାରେ ବିଜୟୀ ହେବେ। ଶୁକ୍ରବାର ଓ ଶନିବାର କର୍ମକ୍ଷେତ୍ରରେ ଅସହଯୋଗ ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଓଁ ନମୋନାରାୟଣାୟ ମନ୍ତ୍ର ଜପ କରନ୍ତୁ ଓ ଗରିବଙ୍କୁ ବସ୍ତ୍ରଦାନ କରନ୍ତୁ।
କୁମ୍ଭ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ଅଟକିଥିବା କାର୍ଯ୍ୟ ସାରିବାକୁ ପ୍ରୟାସ କରିବେ। ନୂତନ ଭୂମି କ୍ରୟ କରିପାରନ୍ତି। ସୌଖୀନ ଦ୍ରବ୍ୟ ଲାଭ ହେବ। ବୁଧବାର ଓ ଗୁରୁବାର ଜଗିରଖି ଚଳିବେ। ଦ୍ରବ୍ୟ ଚୋରି ହୋଇପା​‌େ​‌ର। ଶୁକ୍ରବାର ଓ ଶନିବାର ଶ୍ରୀ ଯୁକ୍ତ ହେବେ। ଜମିବାଡ଼ି ବ୍ୟବସାୟରେ ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ ଲାଭବାନ ହେବେ। ରିଷ୍ଟ ଖଣ୍ଡନ ପାଇଁ ଶ୍ରୀ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ।
ମୀନ : ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସଫଳତା ଲାଭ ହେବ। ପଦୋନ୍ନତି ମିଳିପାରେ। ବୁଧବାର ଓ ଗୁରୁବାର ପ୍ରତିଭାର ବିକାଶ ହେବ। ସହକର୍ମୀଙ୍କ ବ୍ୟବହାରରେ ଖୁସି ରହିବେ। ଆୟ ବୃଦ୍ଧି ହେବ। ଶୁକ୍ରବାର ଓ ଶନିବାର ଅଯଥା ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି। ପରିଶ୍ରମ ଜନିତ କ୍ଲାନ୍ତି ଅନୁଭୂତ ହେବ। ମହିଳା ଓ ବିଦ୍ୟାର୍ଥୀ ଯତ୍ନଶୀଳ ହେବେ। ରିଷ୍ଟ ଖଣ୍ଡନ ପାଇଁ ଓଁ ରାଂ ସୀତାରାମାୟ ନମଃ ମନ୍ତ୍ର ଜପ କରନ୍ତୁ।

Breaking News