ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ବରରେ ଫୁଟିଲା ଗୁଳି। ବାଲିପାଟଣାରେ ବିଳମ୍ବିତ ରାତିରେ ଗୁଳି ଫୁଟିଛି। ବାଇକରେ ଆସି ଯୁବକଙ୍କୁ ଗୁଳିମାରି ଚମ୍ପଟ ମାରିଛନ୍ତି ୨ଦୃବୁର୍ତ୍ତ। ଆହତ ଯୁବକଙ୍କ କାନ୍ଧରେ ଗୁଳି ବାଜିଛି। ଆହତ ଯୁବକ ଜଣକ ହେଲେ ଦୀପ୍ତିରଞ୍ଜନ ମହାପାତ୍ର। ବର୍ତ୍ତମାନ ସେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଅବସ୍ଥାରେ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଦୀପ୍ତି। ଘଟଣାସ୍ଥଳରେ ପହଞ୍ଚି ବାଲିପାଟଣା ପୋଲିସ ତଦନ୍ତ କରୁଛି। ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..