ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ। କର୍ମପ୍ରବଣତା ଆପଣଙ୍କର ଭୂଷଣ ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଜଗିରଖି ଚଳିବେ। ଶାରୀରିକ ଅସୁସ୍ଥତା ଦେଖାଦେବ। ଭାବିଚିନ୍ତି କାର୍ଯ୍ୟ କରିବା ଉଚିତ। ଶୁକ୍ରବାର ଓ ଶନିବାର ଦୂରଦୃଷ୍ଟି ସମ୍ପନ୍ନ ହେବେ। ପ୍ରତିଷ୍ଠା ପ୍ରାପ୍ତ ହେବ। ଆୟ ବୃଦ୍ଧି ଘଟିବ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ପ୍ରାପ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀସୁନ୍ଦରାକାଣ୍ଡ ପାଠ କରନ୍ତୁ।
ବୃଷ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କର୍ମାନୁରାଗୀ ହେବେ। ଯଶ, ମାନ, ଗୌରବ ପ୍ରାପ୍ତ ହେବ। ପଦୋନ୍ନତି ପ୍ରାପ୍ତ ହୋଇପାରେ। ବୁଧବାର ଓ ଗୁରୁବାର ସୃଜନଶୀଳ ହେବେ। ପ୍ରାଚୀନ ବିଦ୍ୟା ପ୍ରତି ରୁଚି ରଖିବେ। ଶୁକ୍ରବାର ଓ ଶନିବାର ଦୂରଯାତ୍ରା କରିବା ଉଚିତ୍ ନୁହେଁ। ମାନସିକ ଅବସାଦ ଦେଖାଦେଇପାରେ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀମହାମୃତ୍ୟୁଞ୍ଜୟ କବଚ ପାଠ କରନ୍ତୁ ଓ ଅନ୍ନଦାନ କରନ୍ତୁ।
ମିଥୁନ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଭାଗ୍ୟବାଦୀ ହେବେ। ଲାଭବାନ ହେବେ। ବୁଧବାର ଓ ଗୁରୁବାର ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। ଦୂରଯାତ୍ରା ସଫଳତା ପ୍ରଦାନ କରିବ। ଶୁକ୍ରବାର ଓ ଶନିବାର ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ। ସନ୍ତାନ ହେତୁକ ସମସ୍ୟା ଦୂରୀଭୂତ ହେବ। ମହିଳା ଓ ବିଦ୍ୟାର୍ଥୀ ଆନନ୍ଦ ପ୍ରାପ୍ତ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଲଳିତା କବଚ ପାଠ କରନ୍ତୁ।
କର୍କଟ: ରବିବାର ଓ ସୋମବାର ଜଗିରଖି ଚଳିବେ। କୌଣସି ବିବଦମାନ ପରିସ୍ଥିତିରେ ଅଯଥା ହସ୍ତକ୍ଷେପ ଅସୁବିଧାର କାରଣ ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ କର୍ମଅନୁରୂପ ଫଳପ୍ରାପ୍ତ ହେବ। ଯାତ୍ରା ସଫଳତା ପ୍ରଦାନ କରିବ। ଶୁକ୍ରବାର ଓ ଶନିବାର ମାନସିକ ଅବସାଦ ଦୂରୀଭୂତ ହେବ। ନୂତନ ନିଯୁକ୍ତି ମିଳିପାରେ। ପାରିବାରିକ ଶାନ୍ତି ଲାଭ ହେବ। ମହିଳା ଓ ବିଦ୍ୟାର୍ଥୀ ଯଶ ଲାଭ କରିବେ। ରିଷ୍ଟଖଣ୍ଡନ ପାଇଁ ଓଁ ହ୍ରୀଂ ଓଁ ମନ୍ତ୍ର ଜପ କରନ୍ତୁ।
ସିଂହ: ରବିବାର ଓ ସୋମବାର ପ୍ରେମରେ ସଫଳତା ଲାଭ ହେବ। ସ୍ତ୍ରୀଙ୍କ ସହଯୋଗ ପ୍ରାପ୍ତ କରିବେ। ଦାମ୍ପତ୍ୟରେ ଆନନ୍ଦ ପ୍ରାପ୍ତ ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ବାକ୍ ସଂଯମତା ରକ୍ଷା କରିବା ଆବଶ୍ୟକ। ଶୁକ୍ରବାର ଓ ଶନିବାର ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ। ଆର୍ଥିକ ଅନିୟମିତତା ଦୂରୀଭୂତ ହେବ। ମହିଳା ଓ ବିଦ୍ୟାର୍ଥୀମାନେ ରକ୍ଷଣଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ।
କନ୍ୟା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ନୂତନ ନିଯୁକ୍ତି ମିଳିପାରେ। ବୁଧବାର ଓ ଗୁରୁବାର ପ୍ରୀତି ଲାଭ ହେବ। ବୈବାହିକ ସମସ୍ୟା ଦୂରୀଭୂତ ହେବ। କାର୍ଯ୍ୟକ୍ଷେତ୍ରରେ ସଫଳତା ଲାଭ ହେବ। ଶୁକ୍ରବାର ଓ ଶନିବାର ଯାନବାହନ ଜନିତ ସମସ୍ୟା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ସମ୍ବେଦନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ନାରାୟଣ କବଚ ପାଠ କରନ୍ତୁ।
ତୁଳା: ରବିବାର ଓ ସୋମବାର ଆନନ୍ଦଚିତ୍ତ ହେବେ। ନୂତନ ବନ୍ଧୁ ଲାଭ ହେବ। ସନ୍ତାନହେତୁକ ସମସ୍ୟା ଦୂରୀଭୂତ ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ମାଲିମକଦ୍ଦମାରେ ବିଜୟ ଲାଭ ହେବ। ଜମିବାଡ଼ି ଗଣ୍ଡଗୋଳ ସମାଧାନ ହେବ। ଶୁକ୍ରବାର ଓ ଶନିବାର ବୈବାହିକ ସମସ୍ୟା ଦୂରୀଭୂତ ହେବ। ମହିଳା ଓ ବିଦ୍ୟାର୍ଥୀ ସଫଳତା ଲାଭ ହେବ। ରିଷ୍ଟଖଣ୍ଡନ ପାଇଁ ଶ୍ରୀକନକଧାରା ସ୍ତୋତ୍ର ପାଠ କରନ୍ତୁ।
ବିଛା: ରବିବାର ଓ ସୋମବାର ମାଆଙ୍କର ସ୍ବାସ୍ଥ୍ୟକୁ ନେଇ ଚିନ୍ତାପ୍ରକଟ ହେବ। ମଙ୍ଗଳବାର ଓ ବୁଧବାର କର୍ମ ଅନୁରୂପ ଫଳ ପ୍ରାପ୍ତ ହେବ। ପଡ଼ୋଶୀଙ୍କ ସହିତ ଥିବା ମତଭେଦ ଦୂରୀଭୂତ ହେବ। ଗୁରୁବାରଠାରୁ ଶନିବାର ପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ରର ପରିସୀମା ବୃଦ୍ଧି ଘଟିବ। ପ୍ରଶଂସିତ ହେବେ। ସ୍ତ୍ରୀ ହେତୁକ ଧନଲାଭ କରିବେ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀନୃସିଂହ କବଚ ପାଠକରନ୍ତୁ।
ଧନୁ: ରବିବାର ଓ ସୋମବାର ପୈତୃକ ସମ୍ପତ୍ତି ଜନିତ ସମସ୍ୟା ଦୂରୀଭୂତ ହେବ। ଋଣମୁକ୍ତି ପାଇଁ ପ୍ରୟାସ କରିବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବେ। ଯାତ୍ରା କଲାବେଳେ ସାବଧାନତା ଲୋଡ଼ା। ଦ୍ରବ୍ୟ ଚୋରି ହୋଇପାରେ। ମାନସିକ ଅବସାଦ ସୃଷ୍ଟି ହୋଇପାରେ। ପାକସ୍ଥଳୀ ଜନିତ ସମସ୍ୟା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀତାରା କବଚ ପାଠ କରନ୍ତୁ।
ମକର: ରବିବାର ଓ ସୋମବାର ଅଧିକ ଖର୍ଚ୍ଚାନ୍ତ ହେବେ। ମାନହାନି ଘଟିପାରେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମସ୍ୟା ସମାଧାନରେ ବ୍ରତୀ ହେବେ। ପାରିବାରିକ ସହଯୋଗ ଲାଭ ହେବ। ଶୁକ୍ରବାର ଓ ଶନିବାର ବନ୍ଧୁ ବିେଦ୍ବଷୀ ହେବେ। କର୍ମକ୍ଷେତ୍ରରେ ପ୍ରତିବନ୍ଧକ ଦେଖାଦେଇପାରେ। ମହିଳା ଓ ବିଦ୍ୟାର୍ଥୀମାନେ ଜଗିରଖି ଚଳିବେ। ରିଷ୍ଟଖଣ୍ଡନ ପାଇଁ ମା’ ଦକ୍ଷିଣକାଳୀ କବଚ ପାଠ କରନ୍ତୁ।
କୁମ୍ଭ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ଲାଭ ହେବ। ବ୍ୟବସାୟ ଓ ବାଣିଜ୍ୟରେ ଲାଭବାନ ହେବେ। ଶ୍ରୀଯୁକ୍ତ ହେବେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ଅସୁବିଧାରେ ପଡ଼ିପାରନ୍ତି। ଗୋଡ଼ ବା ଅଣ୍ଟାରେ ସମସ୍ୟା ଦେଖାଦେବ। ପିଲାଙ୍କୁ ନେଇ ସମସ୍ୟା ଦେଖାଦେବ। ଶୁକ୍ରବାର ଓ ଶନିବାର ଆୟ ବୃଦ୍ଧି ଘଟିବ। ନୂତନ ନିଯୁକ୍ତି ମିଳିପାରେ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ପ୍ରାପ୍ତ କରିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଶିବ ଆରାଧନା କରନ୍ତୁ।
ମୀନ: ରବିବାର ଓ ସୋମବାର ଆର୍ଥିକ ମାନ୍ଦାବସ୍ଥା ଲାଗିକି ରହିବ। ଜମିବାଡ଼ି ଗଣ୍ଡଗୋଳ ଦେଖାଦେଇପାରେ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ସମସ୍ୟା ସମାଧାନର ବ୍ରତୀ ହେବେ। ଶୁକ୍ରବାର ଓ ଶନିବାର କର୍ମକ୍ଷେତ୍ରରେ ଅସହଯୋଗ ଲାଭ ହେବ। ବିଶ୍ବାସଘାତକତାର ସମ୍ମୁଖୀନ ହେବେ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଦୁର୍ଗା ସପ୍ତସତୀ ପାଠ କରନ୍ତୁ।






More Stories
ବିଜୟୀ ହେବେ……
ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ…..
ଉନ୍ନତି ସାଧନ ହୋଇପାରେ….