ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: ଉଦାର ମାନବିକତାରୂପକ ଧର୍ମ ଧାରଣ କରିପାରନ୍ତି। ସତ୍ୟ ପ୍ରତି ଆଗ୍ରହ ପ୍ରକାଶ କରି ସତ୍ୟାଗ୍ରହୀ ହେବେ। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। କୃଷକମାନଙ୍କର ତାଲିମଦାତା ହେବେ। ଶ୍ରେଷ୍ଠ ହେବେ।
ବୃଷ: ସଂଘର୍ଷମୟ ଜୀବନର କଷ୍ଟ ସହ୍ୟ କଲେ ଈଶ୍ବରାଭିମୁଖୀ ହେବେ। ମନ ପ୍ରସନ୍ନ ରହିବ। ଭାଷାର ମାଧୁରିମା ବିରୋଧୀଙ୍କୁ ଆକର୍ଷିତ କରିପାରେ। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃଭାବ ଅତୁଟ ରହିବ।
ମିଥୁନ: କେବଳ ଭାଗ୍ୟ ନୁହେଁ; ସଶକ୍ତ ଆତ୍ମବଳରେ ବଳୀୟାନ୍ ହୋଇପାରନ୍ତି। ଭାଷା ମଧୁର ଓ ସହନଶୀଳ ମନୋଭାବ ଶାନ୍ତିଦାୟକ ହୋଇପାରେ। ପତ୍ନୀଙ୍କ ସହଯୋଗ ମଧୁମୟ ହେବ। ମିତ୍ର ସୁଖ ମିଳିବ।
କର୍କଟ: ଧର୍ମୀୟ ବିଚାରରେ ଉଦାର ସ୍ବଭାବର ହେବେ। ବନ୍ଧୁବତ୍ସଳ ହୋଇପରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେତୁ ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ଲାଗି ରହିଥିବା ମୋକଦ୍ଦମାର ବିଚାର ଆପଣଙ୍କ ସପକ୍ଷରେ ଯିବ।
ସିଂହ: ସାଧନାର ସ୍ବର୍ଣ୍ଣିମ ସୂତ୍ର ଏକାନ୍ତବାସକୁ ଆଦରି ନେଇପାରନ୍ତି। ଧର୍ମୀୟ କାର୍ଯ୍ୟରେ ମନ, ଶରୀର ଓ ଆତ୍ମାକୁ ସମର୍ପଣ କରିବେ। ଚତୁର୍ବେଦର ସାର ଓଁକାର ଭଜନ କରିବେ। ସ୍ନେହବୋଳା କଥା କହି ସବୁରି ପ୍ରିୟ ହେବେ।
କନ୍ୟା: ଜୀବନର ସାରବତ୍ତାକୁ ପାଥେୟ କରି ସେବା ଓ ଦାନ କ୍ଷେତ୍ରରେ ଅଗ୍ରଗଣ୍ୟ ହୋଇପାରନ୍ତି। ପୂଜ୍ୟପୂଜାର ପାତ୍ର ହେବେ। ସରକାରୀ କାର୍ଯ୍ୟ ସହାୟକ ହେବେ। ଅର୍ଥାଗମର ମାର୍ଗ ଉନ୍ମୁକ୍ତ ଅଛି।
ତୁଳା: ନୈତିକତାର ମହାମନ୍ତ୍ରରେ ଅଭିମନ୍ତ୍ରିତ ହୋଇପାରନ୍ତି। ଦୈବୀ ବଳରେ ମହାଦ୍ୟୂତିସମ୍ପନ୍ନ ହୋଇପାରନ୍ତି। ଅତିମାନସ ଜ୍ଞାନଜ୍ୟୋତିକୁ ଉନ୍ମୋଚନ କରିବେ। ପରସ୍ପର ସ୍ନେହ ରଖି ଘରକୁ ବୈକୁଣ୍ଠ ସମାନ କରିବେ।
ବିଛା: କାୟ ମନୋବାକ୍ୟରେ ଧର୍ମ ଆଚରଣ କରିପାରନ୍ତି। ସ୍ବକର୍ମ ବଳରେ ନିଜର ଭାଗ୍ୟକୁ ନିଜେ ନିୟନ୍ତ୍ରଣ କରିବେ। ଜୀବନ ସୁଖସମୃଦ୍ଧିପୂର୍ଣ୍ଣ ହେବ। ବିଦ୍ବାନ୍, ସାହସୀ, ଧର୍ମାତ୍ମା ଓ ସମ୍ପତ୍ତିବାନ୍ ହେବେ।
ଧନୁ: ପ୍ରଥମେ ଉପୁଜିଥିବା ବ୍ୟତିକ୍ରମକୁ ମନୋବଳରେ ଅତିକ୍ରମ କରି ଆଗକୁ ବଢ଼ିପାରନ୍ତି। ମନର ଆବେଗକୁ ସମର୍ପି ଦେଇପାରନ୍ତି। ବୈପ୍ଳବିକ ବିବର୍ତ୍ତନ ଦେଖା ଦେଇପାରେ। ସତର୍କରେ ଚଳିବାକୁ ପଡ଼ିବ।
ମକର: ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି; ମାତ୍ର ସ୍ବାର୍ଥ ତ୍ୟାଗୀ ହେବା ବାଞ୍ଛନୀୟ। ବିରହର ଦାବାଗ୍ନିରେ ଦଗ୍ଧ ହୋଇଥିବାରୁ ଚନ୍ଦନ ଶିତଳା ପତ୍ନୀଙ୍କ ସାହଚର୍ଯ୍ୟ ପ୍ରାଣସ୍ପର୍ଶୀ ହେବ।
କୁମ୍ଭ: ସେବା ଭାବନାରେ ଉନ୍ମୁଖ ହୋଇପାରନ୍ତି। ଆହ୍ବାନ୍ଗୁଡ଼ିକୁ ଉତ୍କର୍ଷର ଶିଡ଼ି କରିପାରନ୍ତି। ପ୍ରତ୍ୟୁତ୍ପନ୍ନମତିସମ୍ପନ୍ନ ହେବେ। ଆପଣଙ୍କ ରଚନା ନୀତିଶିକ୍ଷା ଓ ମୂଲ୍ୟବୋଧ ଭିତ୍ତିକ ସାମାଜିକ ସ୍ତରରେ ଗ୍ରହଣୀୟ ହେବ।
ମୀନ: ଆପଣ ନିଜର ସ୍ବାଭାବିକ ଦୈନଦିନ କର୍ମରେ ତତ୍ପରତାର ସହିତ ଲାଗି ରହି ଥିବାରୁ ଭଗବତ୍ ପ୍ରାପ୍ତି ରୂପକ ପରମ ସିଦ୍ଧି ପ୍ରାପ୍ତ ହେବେ। ବିଦ୍ୟାର୍ଥୀମାନେ ଅଧ୍ୟୟନରତ ହୋଇପାରନ୍ତି। ଈଶ୍ବର ବିଶ୍ବାସୀ ହେବେ।






More Stories
ସତର୍କ ରୁହନ୍ତୁ…..
କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ…..
ସୁଖୀ ରହିବେ…..