ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : କଠିନ ପରିଶ୍ରମର ସମ୍ମୁଖୀନ ହୋଇପାରେ; ମାତ୍ର ତା’ର ମୂଲ୍ୟାଙ୍କନ ହେବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଯାନବାହନ ସୁଖ ମିଳିବ। ଆୟୁଷ୍ମାନ୍ ହେବେ। କୃଷି କର୍ମକାରୀ ହେବେ।
ବୃଷ : ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବଦର୍ଶନରେ ଆତ୍ମସନ୍ତୋଷ ଲାଭ କରିବେ। ଅଶାନ୍ତିର ଅବସାନ ଘଟିବ। ସରକାରୀ ସ୍ତରରୁ ଲାଭପ୍ରାପ୍ତ ହେବେ।
ମିଥୁନ : ପତ୍ନୀଙ୍କ ସହାୟତାରେ ଧନ ଲାଭ ହୋଇପାରେ। ମୂଲ୍ୟବାନ୍ ଧାତୁ ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି। ସାଧୁଙ୍କର କଲ୍ୟାଣଭାଜନ ହେବେ। କୀର୍ତ୍ତିମାନ୍ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ମନ ପ୍ରଫୁଲ୍ଲ ରହିବ।
କର୍କଟ : ଆୟ ଊଣା ହେବ ନାହିଁ। ସରକାରୀ କିମ୍ବା ବନ୍ଧୁ ସହାୟତାରୁ ଲାଭବାନ୍ ହେବେ। ଚିନ୍ତାଧାରା ଉନ୍ନତମାନର ହେବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ସିଂହ : ବିତର୍କ ରୁଚିପୂର୍ଣ୍ଣ ନହେଲେ ତାକୁ ବର୍ଜନ କରିପାରନ୍ତି। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ଭାଷା ମଧୁର ଓ ବ୍ୟବହାର ଭଦ୍ରୋଚିତ ହେବେ। ସେବା କାର୍ଯ୍ୟରେ ଅଧିକ ଧନ ବ୍ୟୟ କରିପାରନ୍ତି। ସୁଖୀ ହେବେ।
କନ୍ୟା : ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କର୍ମଚଞ୍ଚଳ ରହିବେ। କରିତ୍କର୍ମା ହେବେ। ଆଶା ଫଳବତୀ ହେବ।
ତୁଳା : ଶୁଭ ସମାଚାର ଶୁଣି ପ୍ରଫୁଲ୍ଲିତ ହୋଇପାରନ୍ତି। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ପାଇବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସୁଖୀ ହେବେ।
ବିଛା : କାର୍ଯ୍ୟରେ ଅପୂର୍ବ ସଫଳତା ଲାଭ କରିପାରନ୍ତି। ଅଧିକ କ୍ଷମତା ହାସଲ କରି ତା’ର ସଦ୍ ବ୍ୟବହାର କରିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ବିଭିନ୍ନ ସୂତ୍ରରୁ ଧନାଗମ ହେବ। ଜୀବନ ସୁଖସମୃଦ୍ଧିପୂର୍ଣ୍ଣ ହେବ।
ଧନୁ : କର୍ମତତ୍ପର ହୋଇ ଆଗକୁ ବଢୁଥିବାବେଳେ ଭଗ୍ନ ସ୍ବାସ୍ଥ୍ୟ ପ୍ରତିବନ୍ଧକ ସାଜିପାରେ। ଦୁଶ୍ଚିନ୍ତା ମଧ୍ୟଦେଇ ଗତିକରିବେ। ମନର ସରସତା ବାଧାପ୍ରାପ୍ତ ହୋଇପାରେ। ଅଷ୍ଟମ ଚନ୍ଦ୍ର ଯୋଗଁୁ ସତର୍କରେ ଚଳିବେ।
ମକର : ମନରେ ସେବା ଭାବନା ଜାଗ୍ରତ ହୋଇପାରେ। ବ୍ୟବସାୟ ଲାଭଜନକ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆଜି ଦିନ ଭିତରେ ଯାହା ଘଟଣା ଘଟିବ, ତାହା ସୁଖବୋଧ ହେବ। ଆନନ୍ଦ ଉପଭୋଗ କରିବେ।
କୁମ୍ଭ : ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ସୁସମ୍ବାଦ ପାଇ ଉତ୍ଫୁଲ୍ଲିତ ହେବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ବିସ୍ମୟାଭିଭୂତ ଖବର ମିଳିପାରେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି।
ମୀନ : ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ବିଭିନ୍ନ ସୂତ୍ରରୁ ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବାଣିଜ୍ୟ କାରବାର ଲାଭଦାୟକ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମନ ପ୍ରସନ୍ନ ରହିବ।
More Stories
ଆଜି ପବିତ୍ର ଦୋଳ ପୂର୍ଣ୍ଣିମା…..
ଯାନବାହନ ସୁଖ ମିଳିବ…..
ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ…..