ରିପୋର୍ଟ କାର୍ଡ / ସାକ୍ଷୀଗୋପାଳ
ପୁରୀ ସାକ୍ଷୀଗୋପାଳ ମନ୍ଦିର ନିକଟରେ ମଧ୍ୟପ୍ରଦେଶରୁ ତୀର୍ଥଯାତ୍ରୀଙ୍କୁ ନେଇ ଓଡ଼ିଶା ଆସିଥିବା ଏକ ଯାତ୍ରୀବାହୀ ବସ ସମ୍ପୂର୍ଣ୍ଣ ଜଳିଯାଇଛି। ବସ୍ରେ ପୁରୁଷ ଓ ମହିଳାଙ୍କୁ ମିଶାଇ ୪୦ଜଣ ଯାତ୍ରୀ ଓ ୪ଜଣ କର୍ମଚାରୀ ରହିଥିଲେ। ଅଗ୍ନିକାଣ୍ଡ ସମୟରେ ବସ୍ରେ କେହି ନଥିବାରୁ ସମସ୍ତ ତୀର୍ଥଯାତ୍ରୀ ରକ୍ଷା ପାଇଯାଇଛନ୍ତି | କିନ୍ତୁ ବସ୍ରେ ଭିତରେ ଥିବା ଯାତ୍ରୀଙ୍କ ସମସ୍ତ ଆସବାବପତ୍ର ଟଙ୍କା ପୋଡ଼ି ପାଉଁଶ ହୋଇଯାଇଛି। ବସ୍ର ବ୍ୟାଟେରି ସଟ୍ସର୍କିଟ୍ରୁ ଏଭଳି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ମିଳିଥିବା ସୂଚନା ମୁତାବକ, ଗାଡ଼ି ସାକ୍ଷୀଗୋପାଳ ମନ୍ଦିର ପାଖ ସତ୍ୟବାଦୀ ସରକାରୀ ଉଚ୍ଚ ବିଦ୍ୟାଳୟ ଫାଟକ ସମ୍ମୁଖ ରାସ୍ତା ପାର୍କିଂ ହୋଇଥିଲା। ଅପରାହ୍ନ ସମୟରେ ହଠାତ୍ ବସ୍ଟି ହୁତ୍ହୁତ୍ ହୋଇ ଜଳିଥିଲା। ବସ୍ରେ ନିଆଁ ଲାଗିବା ସମୟରେ କେତେକ ଯାତ୍ରୀ ସାକ୍ଷୀଗୋପାଳ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିବା ବେଳେ ଆଉ କେତେକ ବସ୍ ନିକଟରେ ରୋଷେଇ କରୁଥିଲେ। ଫଳରେ ବସ୍ ମଧ୍ୟରେ କେହି ନଥିବାରୁ ଏକ ବଡ଼ଧରଣର ବିପଦରୁ ରକ୍ଷାପାଇଯାଇଛନ୍ତି |
More Stories
ପହଲଗାମ୍ ଆକ୍ରମଣର ଦୃଢ଼ ଜବାବ ଦିଆଯିବ……
ଏଣିକି ଅଙ୍ଗନଓ୍ବାଡ଼ି ସୁପରଭାଇଜର ପାଇଁ ଯୋଗ୍ୟତା ସ୍ନାତକ…..
କ୍ୟାବିନେଟ୍ ବୈଠକରେ ୬ ପ୍ରସ୍ତାବକୁ ଅନୁମୋଦନ…..