ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଉପୁଜିଥିବା ସମସ୍ୟାର ସୁସମାଧାନ ହୋଇପାରେ। ପରିଶ୍ରମ କଷ୍ଟଦାୟକ ହେଲେ ବି ତା’ର ମୂଲ୍ୟ ମିଳିବ। ଭାଇଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।
ବୃଷ : ସର୍ବସୁଖ ଲାଭ କରିପାରନ୍ତି। ବହୁ ସୁବିଧା, ସୁଯୋଗ ହାସଲ କରିପାରନ୍ତି। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ଉଠାଇବାରେ ପାରଙ୍ଗମ ହେବେ।
ମିଥୁନ : ଆଜିର ସମୟ ସଂଘର୍ଷପୂର୍ଣ୍ଣ ହୋଇପାରେ। ଧନ ଆହରଣ ପାଇଁ ଉଦ୍ୟମ ଅବ୍ୟାହତ ରଖିବେ। ପ୍ରତାରିତ ହୋଇପାରନ୍ତି। ସହିଷ୍ଣୁ ହେବେ। ବନ୍ଧୁବର୍ଗର ସହାୟତା ପାଇ ରୋଜଗାରକ୍ଷମ ହେବେ।
କର୍କଟ : ଭଲ ଆୟ ହେବ। ସରକାରୀ ବା ବନ୍ଧୁଙ୍କ ଦ୍ବାରା ଲାଭବାନ୍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଆୟୁଷ୍ମାନ୍ ହେବେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଚିନ୍ତାଧାରା ଉନ୍ନତମାନର ହେବ।
ସିଂହ : ଅଯଥା ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ମଧୁର କଥାରେ ପରକୁ ଆପଣାର କରିପାରନ୍ତି। ଶିଶୁ ହିତକର ଯୋଜନା ହାତକୁ ନେଇ ଅକୁଣ୍ଠିତ ଚିତ୍ତରେ ବ୍ୟୟ କରିବେ।
କନ୍ୟା : ଜ୍ଞାନ ପିପାସୁ ହେବେ। ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରାୟ ପ୍ରତ୍ୟେକ କାର୍ଯ୍ୟ ସୁଚାରୁ ରୂପେ ପରିଚାଳନା କରିବେ।
ତୁଳା : କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଶ୍ରମ ସାର୍ଥକ ହେବ। ପାରିବାରିକ ଜୀବନ ସୁଖମୟ ହେବ।
ବିଛା : କାର୍ଯ୍ୟରେ ସଫଳତା ଲାଭ କରିବେ। ଅଧିକ କ୍ଷମତା ହାତକୁ ଆସିବ ଓ ତା’ର ସଦ୍ବ୍ୟବହାର କରି ଲୋକପ୍ରିୟତା ଅର୍ଜନ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ବିଭିନ୍ନ ସୂତ୍ରରୁ ଧନାଗମ ହେବ।
ଧନୁ : ଶାରୀରିକ ଓ ମାନସିକ ସ୍ତରରେ ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। କର୍ମକ୍ଷେତ୍ର ପିଚ୍ଛିଳ ଥିବାରୁ ସାବଧାନତାର ସହ କାର୍ଯ୍ୟ କରିବାକୁ ପଡ଼ିବ। ଜଳଯାତ୍ରାରେ ବିପଦ ଅଛି। ସତର୍କତାର ଦିନଟି ଆଜି।
ମକର : ବହୁ ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରକୁ ଉଳମୟ କରିପାରନ୍ତି। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ବଚ୍ଛ ଓ ଅନୁକୂଳ ରହିଛି। ସୁଷମ ଖାଦ୍ୟ ପାଇ ଆନନ୍ଦ ଉପଭୋଗ କରିବେ।
କୁମ୍ଭ : ଶତ୍ରୁ ଦୌରାତ୍ମ୍ୟକୁ ପ୍ରତିହତ କରି ମାନସିକ ଶାନ୍ତି ଫେରିପାଇବେ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଋଣ ପରିଶୋଧ କରି ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଭ୍ରାତୃଭାବ ଅତୁଟ ରହିବ।
ମୀନ : ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରି କି ବାଣିଜ୍ୟ କାରବାରରୁ ପ୍ରଚୁର ଅର୍ଥ ମିଳିପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପରୋପକାରୀ ହେବେ। ଶାସ୍ତ୍ରଜ୍ଞ ହୋଇପାରନ୍ତି।






More Stories
ପ୍ରଶଂସା ମିଳିବ…..
ସାବଧାନତା ଅବଲମ୍ବନ କରନ୍ତୁ…..
ଆଜି ଅନେକ କାମ ସହଜ ହୋଇଯିବ…..