ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : ଅଧ୍ୟାପନାର ପୂର୍ବ ପ୍ରସ୍ତୁତି ପାଇଁ ଅଧ୍ୟୟନରତ ହୋଇପାରନ୍ତି। ନିଷ୍ଠା ଓ ଅଧ୍ୟବସାୟ ବଳରେ ଶୀର୍ଷାସନ ଲାଭ କରିବେ। ପତିବ୍ରତାଙ୍କ ବ୍ରତ ପୂରଣ କରିପାରନ୍ତି। ଆକସ୍ମିକ ଅର୍ଥ ଲାଭ ହେବ।
ବୃଷ : ଜଣେ କୃଷି ବିଶାରଦ ଭାବେ ନିର୍ଭରଶୀଳ କୃଷକମାନଙ୍କ ପରାମର୍ଶଦାତା ହେବେ। ଗୃହ ପରିବେଶ ପ୍ରଦୂଷଣମୁକ୍ତ ରହିବ। ଶ୍ରମ ସାର୍ଥକ ହେବ। ଭୁଲ୍ ବୁଝାମଣାର ସୁଧାର ଆସିବ।
ମିଥୁନ : ପରର ଶୁଭ କାମନା ଆପଣଙ୍କ ପକ୍ଷେ ଏକ ମାନବୋଚିତ କାର୍ଯ୍ୟ ହେବ। ଭାଷା ଅମୃତ ଆସ୍ବାଦନତୁଲ୍ୟ ହୋଇପାରେ। ଆର୍ଥିକ ଅନ୍ତଃସ୍ରୋତରେ ଭଣ୍ଡାର ପରିପୂର୍ଣ୍ଣ ହୋଇପାରେ। ସରକାରରୁ ଲାଭ ମିଳିବ।
କର୍କଟ : ଦୈବୀ ବଳରେ ମହାଶକ୍ତି, ମହାଦ୍ୟୁତି ସମ୍ପନ୍ନ ହୋଇପାରନ୍ତି। ବାଣିଜ୍ୟ କାରବାର ଅତ୍ୟନ୍ତ ଲାଭଦାୟକ ହେବ। ପରୋପକାରୀ ଭାବେ ପୁଣ୍ୟାର୍ଜନ କରିପାରନ୍ତି। ସପତ୍ନୀକ ଭ୍ରମଣପ୍ରିୟ ହେବେ।
ସିଂହ : ଭଲ ଆୟ ହେବ। ସରକାରଙ୍କ କୃପା ଦୃଷ୍ଟି ଓ ବନ୍ଧୁଙ୍କ ସହାୟତାରେ ଧନ ଅର୍ଜନ କରିପାରନ୍ତି। ସ୍ବାସ୍ଥ୍ୟ ଚାହୁଁଥିଲେ ଆଧାର ସୁଧାର ହେବ। ଚିନ୍ତାଧାରା ସୁଦୂରପ୍ରସାରୀ ହେବ। ବନ୍ଧୁତ୍ବ ଅର୍ଜନ କରିବେ।
କନ୍ୟା : ଏକାନ୍ତରେ ଶୂନ୍ୟ ପୁରୁଷ ଉପାସନାରେ ବ୍ରତୀ ହୋଇ ଦିବ୍ୟଜ୍ଞାନ ପ୍ରାପ୍ତ ହେବେ। କର୍ମଚଞ୍ଚଳ ରହିବେ। ସ୍ବଳ୍ପଭାଷୀ ହୋଇପାରନ୍ତି। ମହନୀୟ କର୍ମସମୂହ ଆପଣଙ୍କୁ ଶୀର୍ଷାସନ ଦେଇପାରେ। ଖର୍ଚ୍ଚ ସୀମାତୀତ ହେବ।
ତୁଳା : ଜ୍ଞାନ ପିପାସାକୁ ନିର୍ବାପିତ କରିବା ପାଇଁ ବହୁ ଗୁରୁଙ୍କ ପଦାଶ୍ରିତ ହୋଇପାରନ୍ତି। ସରକାରୀ କୃପାରୁ ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। କାର୍ଯ୍ୟ ଶୈଳୀ ଆଦର୍ଶବାଦୀ ହୋଇପାରେ।
ବିଛା : ଜ୍ଞାନର ପ୍ରଦୀପ ଜଳାଇ ଉନ୍ନୟନ ମାର୍ଗକୁ ଆଲୋକିତ କରିପାରନ୍ତି। ଦୟାର୍ଦ୍ର ପ୍ରକୃତି ଯୋଗୁଁ ଈଶ୍ବରଙ୍କ ପ୍ରଦତ୍ତ ଶକ୍ତିସମ୍ପନ୍ନ ହେବେ। ପରିଚାଳନା ଦକ୍ଷତା ଆପଣଙ୍କୁ ସମ୍ମାନାସ୍ପଦ କରିପାରେ। ପାରିବାରିକ ସ୍ନେହ ମିଳିବ।
ଧନୁ : ଧନ ବଳରେ ନୁହେଁ ; କେବଳ ସେବା ବଳରେ ଲୋକେ ଆପଣଙ୍କୁ କ୍ଷମତାଶୀଳ କରିପାରନ୍ତି। କ୍ଷମତା ବିକେନ୍ଦ୍ରୀକରଣ ଦ୍ବାରା ଜନମାନସର ଆସ୍ଥାଭାଜନ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ।
ମକର : ଅସୁସ୍ଥ ଥାଇ ବି ଚଞ୍ଚଳ ଚେଷ୍ଟିତ ହେବେ। ଧୈର୍ଯ୍ୟକୁ ପାଥେୟ କରି ସମସ୍ତ ବିପଦର ଲହଡ଼ିକୁ ମୁଣ୍ଡ ପାତି ସହ୍ୟ କରିଯିବେ। ଦିନଟିକୁ ଶିବମୟ କରିବା ପାଇଁ ଉଦ୍ୟମ ଜାରି ରଖିବେ।
କୁମ୍ଭ : ସର୍ବଦର୍ଶୀ ହୋଇପାରନ୍ତି। ଓଁ ଉଚ୍ଚାରଣରେ ପରମାତ୍ମାଙ୍କୁ ସନ୍ତୁଷ୍ଟ କରାଇପାରନ୍ତି। ଆପଣଙ୍କ ଲେଖନୀମୁନ ହେତୁବାଦୀମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବ। ସେବାରେ ନିୟୋଜିତ ହେବେ।
ମୀନ : ଅଜାତଶତ୍ରୁ ହୋଇପାରନ୍ତି। ଅଯଥା ଖର୍ଚ୍ଚକୁ ସୀମିତ କରିବାକୁ ଉଦ୍ୟମ ଜାରି ରଖିବେ। ଶତ୍ରୁକୁ ପରାହତ କରି ମାନସିକ ଶାନ୍ତି ପାଇବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। କର୍ମକୁଶଳୀ ହେବେ ଓ ଚତୁର ହେବେ।






More Stories
ସାବଧାନତା ଅବଲମ୍ବନ କରନ୍ତୁ…..
ଆଜି ଅନେକ କାମ ସହଜ ହୋଇଯିବ…..
ମନ ପ୍ରଫୁଲ୍ଲ ରହିବ……