ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : ପୁଣ୍ୟବାନ୍ ଓ ସବିମଳ ଯଶର ଅଧିକାରୀ ହୋଇପାରନ୍ତି। ଆୟୁଷ୍ମାନ୍ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରୁ ସମ୍ମାନ ଓ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
ବୃଷ : ପାରିବାରିକ ସ୍ନେହ, ଶ୍ରଦ୍ଧାରେ ଘରକୁ ବୈକୁଣ୍ଠ ସମାନ କରିପାରନ୍ତି। ମନ ପ୍ରସନ୍ନ ରହିବ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। କୁଳପ୍ରଦୀପ ହୋଇପାରନ୍ତି। ଯଶସ୍ବୀ ହେବେ।
ମିଥୁନ : ଆପଣଙ୍କ ଭାଗ୍ୟଡୋରି ପରମେଶ୍ବରଙ୍କ ହାତରେ ରହିଛି। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ବାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କର୍କଟ : ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ବିପଦର ମୁକାବିଲା କରିପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ବନ୍ଧୁମାନେ ହତାଦର କରିପାରନ୍ତି। ଅଷ୍ଟମ ଚନ୍ଦ୍ରଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।
ସିଂହ : ପବିତ୍ର ଚିନ୍ତାଧାରା ନେଇ ସେବା କ୍ଷେତ୍ରରେ ସହଯୋଗୀଭାବେ କାର୍ଯ୍ୟ କରିପାରନ୍ତି। ବନ୍ଧୁ ମିଳନ ଘଟିପାରେ। ବ୍ୟବସାୟ ଲାଭଦାୟକ ହେବ। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ। ପତିପ୍ରାଣା ପତ୍ନୀଙ୍କ ସହଯୋଗ ମିଳିବ।
କନ୍ୟା : ଯତ୍ନ, ଅଧ୍ୟବସାୟ ଓ ଉଦ୍ୟମ ବଳରେ ବହୁ ଅସମାହିତ ସମସ୍ୟାର ସମାହିତ କରିବାରେ ପାରଙ୍ଗମ ହେବେ। ବଳିଷ୍ଠ ଓ ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ।
ତୁଳା : ସାଗର ଦୁଲ୍ଲଣୀ ବରଦାୟିକା ଅଛନ୍ତି। ଧନ, ଜନ, ଗୋପ, ଲକ୍ଷ୍ମୀ ସବୁକିଛି ପ୍ରାପ୍ତିର ସୂଚନା ମିଳୁଛି। କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ।
ବିଛା : ଉତ୍ସର୍ଗୀକୃତ ମନୋଭାବ ନେଇ ଦୁଃଖୀ ଦରିଦ୍ରଙ୍କ ଅଭାବ ମେଣ୍ଟନରେ ସହାୟକ ହେବେ। ଉଦାର ସ୍ବଭାବସମ୍ପନ୍ନ ହେବେ। ଶୋଭନ ବ୍ୟକ୍ତିତ୍ବଯୁକ୍ତ ହୋଇପାରନ୍ତି। କୃଷି କର୍ମକାରୀ ହେବେ। ଜଳଯାତ୍ରା ନ କରିବା ଭଲ।
ଧନୁ : ଈଶ୍ବରଙ୍କ ଭକ୍ତିରେ ଶକ୍ତିସମ୍ପନ୍ନ ହେବେ। ମନପ୍ରସନ୍ନ ରହିବ। ଭାଷା ସାବଲୀଳ ଓ ପ୍ରେମପୂର୍ଣ୍ଣ ହେବ। ପ୍ରେମୀ ଓ ସାହସୀ ହେବେ। ଅନୁଜଙ୍କଠାରୁ ଆଦର ସମ୍ମାନ ମିଳିବ। ଧାର୍ମିକ ଓ ବନ୍ଧୁପ୍ରେମୀ ହେବେ।
ମକର : କର୍ମବଳରେ ନିଜର ଭାଗ୍ୟ ନିୟନ୍ତା ନିଜେ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ସହନଶୀଳ, ଶାନ୍ତିପ୍ରିୟ, ଉଦାରଚରିତ ଓ ବିଦ୍ୟାପ୍ରେମୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କୁମ୍ଭ : ବିଶ୍ବାସ ଓ ବିଶ୍ବସନିୟତା ହେଉଛି ଆପଣଙ୍କର ଶ୍ରେଷ୍ଠ ଧର୍ମ ବିଚାର। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟ ଆଶାନୁରୂପ ହୋଇପାରେ। ମୋକଦ୍ଦମାରେ ବିଜୟର ଆଶା ଉଳ ରହିଛି।
ମୀନ : ଏକାନ୍ତରେ ମୌନ ରହି ତପସାଧନାରେ ନିମଗ୍ନ ହୋଇପାରନ୍ତି। କଅଁଳ କଥାରେ ପରକୁ ଆପଣାର କରି କାର୍ଯ୍ୟ ହାସଲ କରିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ। ବିଦ୍ବାନ୍ ଓ ଶାସ୍ତ୍ରଜ୍ଞ ରହିବେ।
More Stories
ଭାଗ୍ୟଶାଳୀ ହୋଇପାରନ୍ତି……
କର୍ମଚଞ୍ଚଳ ରହିବେ…..
ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ…..