ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : ବିନୟାବନତ ଭାବସମ୍ପନ୍ନ ହେବେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ପ୍ରଥିତ ଓ ପ୍ରତାପସମ୍ପନ୍ନ ହେବେ। ଦ୍ବିଜାନୁରକ୍ତ ହୋଇପାରନ୍ତି। ଦୃଢ଼ ପୌରୁଷର ଅଧିକାରୀ ହେବେ। ବହୁଧନ ଓ ଗୁଣଜ୍ଞ ହେବେ।
ବୃଷ : ଦାନଧର୍ମର ବ୍ରତ ଆଚରଣ କରିପାରନ୍ତି। ଅଭୀଷ୍ଟ ସିଦ୍ଧି ପାଇଁ ସତ୍ୟର ମାର୍ଗ ଅନୁସରଣ କରିପାରନ୍ତି। ଏକ ସୁପୁତ୍ର ଓ ଧର୍ମପ୍ରାଣା ସହଧର୍ମିଣୀଯୁକ୍ତ ହେବେ। ଧନୀ ଓ ଜ୍ଞାନୀ ହେବେ।
ମିଥୁନ : ସ୍ବାସ୍ଥ୍ୟହାନିର ସୂଚନା ମିଳୁଛି। ଭ୍ରମଣ ବ୍ୟର୍ଥ ହୋଇପାରେ। ସର୍ବସୁଖ ମିଳିପାରେ। ପତ୍ନୀ ଅସନ୍ତୋଷ ବ୍ୟକ୍ତ କରିପାରନ୍ତି। ଅଶାନ୍ତିର ଶିକାର ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହିବେ।
କର୍କଟ : ସମ୍ମାନ ହାନିକାରକ ମଧୂବ୍ୟୁହକୁ ପରିତ୍ୟାଗ କରିବା ବିବେକୀ ବ୍ୟକ୍ତିଙ୍କ ଧ୍ୟେୟ ହେବା ବାଞ୍ଛନୀୟ। ସମ୍ବେଦନା ସହିତ ଯୋଡ଼ି ହେଲେ ସେବା ସାର୍ଥକ ହେବ। ମହିଳାମାନଙ୍କର ଗୃହସ୍ଥଧର୍ମ ସର୍ବୋତ୍କୃଷ୍ଟ ହେବ।
ସିଂହ : ଅଜାତ ଶତ୍ରୁ ହେବେ। ନିଜ ପ୍ରତି କଠୋର ଓ ଅନ୍ୟ ପ୍ରତି କୋମଳ ମନୋଭାବର ହେବେ। ଚେତନାର ଉଳ ପ୍ରଦୀପ ହୋଇପାରନ୍ତି। ଋଣ ଗ୍ରହୀତାମାନଙ୍କୁ ଉଦ୍ଧାର କରିବାରେ ସହାୟକ ହୋଇପାରନ୍ତି।
କନ୍ୟା : ପୁତ୍ର ସୁଖର ଆଶା ବୈତରଣୀ ନଦୀ ପରି ହୋଇପାରେ। ଧନ ପ୍ରାପ୍ତିର ମାର୍ଗ ଉନ୍ମୁକ୍ତ ରହିଛି। ଦାମ୍ପତ୍ୟ ଜୀବନ କୁସୁମିତ ହେବ। ବିଦ୍ୟାଭ୍ୟାସୀ ହେବେ। କୃଚ୍ଛ୍ର ସାଧନା ବଳରେ ଦିବ୍ୟ ଶକ୍ତିସମ୍ପନ୍ନ ହେବେ।
ତୁଳା : ପୌରୁଷର ଅଧିକାରୀ ହେବେ। ଖାନ୍ଦାନ୍ ଓ ସୁବିଚାରକ ହୋଇପାରନ୍ତି। ଗୃହସ୍ଥ ଜୀବନ ସୁଖପ୍ରଦ ହେବ। ଶ୍ରମ ସାର୍ଥକ ହେବ। ପ୍ରଦୂଷଣମୁକ୍ତ ଗୃହରେ ବସତି ସ୍ଥାପନ କରିପାରନ୍ତି।
ବିଛା : ନିରୀହ ସ୍ବଭାବସମ୍ପନ୍ନ ହେବେ। ପ୍ରମାଦ ହୀନ ହୋଇପାରନ୍ତି। ସାଧୁଙ୍କ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ବହୁ ମିତ୍ରଙ୍କ ସାନ୍ନିଧ୍ୟ ଓ ସହାୟତା ମିଳିବ। ମୋକଦ୍ଦମାରେ ବିଜୟୀ ହେବେ। ସଂଯମୀ ହେବେ।
ଧନୁ : ବହୁବିଧ ଧନର ଅଧିକାରୀ ହେବେ। ତ୍ୟାଗପୂତ ମନୋବୃତ୍ତିର ହେବେ। ମତିମାନ୍ ହୋଇପାରନ୍ତି। ଗୁରୁଭକ୍ତ ହେବେ। କଠିନ ପରିଶ୍ରମୀ ହେବେ। ନ୍ୟାୟ ପ୍ରିୟ ହୋଇପାରନ୍ତି। ପାପ ଓ ପୁଣ୍ୟର ବ୍ୟାଖ୍ୟାକାରକ ହେବେ।
ମକର : ଧନବାନ୍ ହେବେ। ଗୁଣଜ୍ଞ ହୋଇପାରନ୍ତି। ଶାନ୍ତିପ୍ରିୟ ହେବେ। ରାଜନୀତିଜ୍ଞ ହେବେ। ଶତ୍ରୁନାଶକ ହୋଇପାରନ୍ତି। ନିର୍ବିବାଦରେ ଅଧିକ ପରିଶ୍ରମ କଲେ ବି କ୍ଲାନ୍ତି ଅନୁଭବ କରିବେ ନାହିଁ।
କୁମ୍ଭ : ପ୍ରଭାବଶାଳୀ ହେବେ। ମଧୁରଭାଷୀ ହୋଇପାରନ୍ତି। ପୁରୁଷାର୍ଥୀ ହେବେ। ଗୁପ୍ତ ବିଦ୍ୟାଜ୍ଞାତା ହୋଇପାରନ୍ତି। ସାଧନାରେ ସିଦ୍ଧିତପା ସାଧୁ ହୋଇପାରନ୍ତି। ଅହଂକାର ଶୂନ୍ୟ ହେବେ। ବହୁ ବ୍ୟୟ ହୋଇପାରେ।
ମୀନ : ବିଶାଳ ଯଶର ଅଧିକାରୀ ହେବେ। ନାନା ସୁଖର ଅଧିକାରୀ ହୋଇପାରନ୍ତି। ଦାନଧର୍ମକୁ ଆଦରି ନେଇପାରନ୍ତି। ଶତ୍ରୁ ଉପରେ ବିଜୟ ହାସଲ କରିବେ। କ୍ରୋଧୀ, ନୀତିନିଷ୍ଠ ଓ ପ୍ରଜ୍ଞାଶୀଳ ହେବେ।






More Stories
ସତର୍କରେ ଚଳିବାକୁ ପଡ଼ିବ……
ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ…..
ଯାନବାହନ ସୁଖ ମିଳିବ……