ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ : ଜ୍ଞାନୀ ପିପାସୁ ହେବେ। ସତ୍କର୍ମରେ ନିୟୋଜିତ ହୋଇପାରନ୍ତି। ବହୁ ଶାସ୍ତ୍ର ଅଧ୍ୟୟନ କରିବାରେ ଚିନ୍ତାଧାରା ମାନବବାଦୀ ହେବେ। ନୀତି ନିୟମରେ ନିଜକୁ ଜଡ଼ିତ କରିପାରନ୍ତି। ମୂଲ୍ୟବାନ୍ ଧାତୁଦ୍ରବ୍ୟ ମିଳିବ।
ବୃଷ : କର୍ମକ୍ଷେତ୍ରରୁ ସଫଳତା ମିଳିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସାମର୍ଥ୍ୟର ପରିପ୍ରକାଶ ଘଟାଇ ଅସାଧ୍ୟ ସାଧନ କରିପାରନ୍ତି। ବ୍ୟବସାୟରୁ ପ୍ରଚୁର ଧନ ଲାଭ ହେବ। ସତ୍ସଙ୍ଗୀ ହୋଇପାରନ୍ତି।
ମିଥୁନ : ଅମୃତହସ୍ତା ହୋଇପାରନ୍ତି। କରିତ୍କର୍ମା ହେବେ। ସାହିତ୍ୟ ରଚନା କରିବାରେ ପାରଙ୍ଗମ ହେବେ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଲୋକସମ୍ପର୍କ ବୃଦ୍ଧି ହେବ। ଅନୁଦାନ ଅର୍ଥ ମିଳିବ।
କର୍କଟ : ଜ୍ଞାନାଲୋକରେ ଭବିଷ୍ୟ ନିର୍ମାଣ କରି ଜନସାଧାରଣଙ୍କ ପ୍ରଶଂସାର ପାତ୍ର ହେବେ। ଆଶା ଫଳବତୀ ହେବ। ମହନୀୟ ରାଜପଦ ପ୍ରାପ୍ତିର ସୂଚନା ମିଳୁଛି। ବିବାଦରେ ବିଜୟୀ ହେବେ। ଧନଲାଭ ହେବ।
ସିଂହ : ସ୍ବକର୍ମ ପାଇଁ ନିଜେ ନିଜର ଭାଗ୍ୟ ଭୋଗିବାକୁ ନିୟନ୍ତ୍ରଣରେ ରଖିପାରିବେ। ପରୋପକାରାୟ, ସ୍ବର୍ଗାୟ ମହାମନ୍ତ୍ରଧିନ ହୋଇପାରନ୍ତି। ପାଇଥିବା କ୍ଷମତାର ସଦ୍ ବ୍ୟବହାର କରି ପ୍ରଶଂସାର ପାତ୍ର ହେବେ।
କନ୍ୟା : ବେଳେବେଳେ ରସହୀନ ହୃଦୟ ପାଷାଣ ସଦୃଶ ହୋଇପାରେ। କର୍ମଫଳରୁ ବର୍ତ୍ତିବା ସହଜ ସୁଲଭ ନୁହେଁ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ସୁସ୍ଥ ଓ ନିରାମୟ ରହିବେ।
ତୁଳା : ସତ୍ୟବାଦ୍ୟୋ ଦୃଢ଼ବ୍ରତ ଆଚରଣ କରିପାରନ୍ତି। ଆଜି ଦିନ ଭିତରେ ଯାହା ଘଟଣା ଘଟିବ; ତାହା ସୁଖଦାୟକ ହେବ। ଚଞ୍ଚଳଚେଷ୍ଟିତ ହେବେ। ବାଣିଜ୍ୟ କାରବାର ଲାଭପ୍ରଦ ହେବ। ସେବା ମନୋଭାବର ହେବେ।
ବିଛା : ଜ୍ଞାନର ପ୍ରଦୀପ ପ୍ରଳନ କରି ହଜିଯାଉଥିବା ଚଲାପଥକୁ ଆଲୋକିତ କରିପାରନ୍ତି। ବିଭିନ୍ନ ସ୍ତରରୁ ଅର୍ଥାଗମ ହେବ। ମନ ପ୍ରଫୁଲ୍ଲ ରହିବ। ସଂକଳ୍ପ ଓ ସମର୍ପଣ ଭାବ ହିଁ ଆପଣଙ୍କୁ ଶୀର୍ଷାସନ ଦେବ।
ଧନୁ : ଶ୍ରମ ଅଧିକ ଓ କଷ୍ଟଦାୟକ ହୋଇପାରେ; ମାତ୍ର ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିଲେ ବି ପରବର୍ତ୍ତୀ ସମୟରେ ଅବସ୍ଥାରେ ସୁଧାର ଆସିବ। ସୁବିମଳ ଯଶର ଅଧିକାରୀ ହେବେ।
ମକର : ଈଶ୍ବରୀୟ ଭକ୍ତି ହିଁ ଆପଣଙ୍କୁ ଶକ୍ତିସମ୍ପନ୍ନ କରି ଗଢ଼ି ତୋଳିବ। ଲାଗି ରହିଥିବା ମାଲିମୋକଦ୍ଦମାରେ ଜିତିବା ପାଇଁ ତତ୍ପରତାର ସହ ଲାଗିପଡ଼ିବେ। ଧନର ଅନ୍ତଃ ପ୍ରବାହ ଅବ୍ୟାହତ ରହିବ। ସୁସ୍ଥ ରହିବେ।
କୁମ୍ଭ : ଭାଷା ପରମ କଲ୍ୟାଣୀୟ ହେବ। ଚତୁର ହେବେ। ବାକ୍ ସଂଯମତା ଘ୍ରାଣ ଶକ୍ତି ଓ ସ୍ମରଣ ଶକ୍ତିକୁ ଉଜ୍ଜୀବିତ କରି ରଖିବ। ସକଳ ଗୁଣଯୁକ୍ତ ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ରଚନା ପ୍ରାଣସ୍ପର୍ଶୀ ହେବ।
ମୀନ : ବିଭିନ୍ନ ସ୍ତରରୁ ଧନ ରାଶିର ପ୍ରବାହରେ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି। ଭକ୍ତି, ରସ, ପ୍ରେମର ଅଧିକାରୀ ହୋଇପାରନ୍ତି। ନୀତିନିଷ୍ଠ ବ୍ୟକ୍ତିଭାବେ ଜନସମାଜର ଆଦରଣୀୟ ହେବେ। ପତ୍ନୀଙ୍କ ଅଭିଳାଷ ପୂରଣ କରିବେ।






More Stories
କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ…..
ସୁଖୀ ରହିବେ…..
ସଂଯମତା ରକ୍ଷା କରନ୍ତୁ…..