Report Card Odisha

| Daily Odia News

ଚିନ୍ତାଧାରା ଉତ୍ତମ ହେବ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ : ଆୟ ବୃଦ୍ଧିର ସୂଚନା ମିଳୁଛି। ସରକାର କିମ୍ବା ବନ୍ଧୁଙ୍କ ଦ୍ବାରା ଲାଭବାନ୍‌ ହେବେ। ଉତ୍ତମ ସ୍ବାସ୍ଥ୍ୟ ଲାଗି ଆହାରରେ ପରିବର୍ତ୍ତନ କରିବାକୁ ପଡ଼ିବ। ପତ୍ନୀ ସୁଖଦାୟିକା ହେବେ। ଚିନ୍ତାଧାରା ଉତ୍ତମ ହେବ।

ବୃଷ : ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ସତ୍ୟବାଦ୍ୟୋ ଦୃଢ଼ବ୍ରତ ଆଚରଣ କରିବେ। ଦୟାଳୁ ଓ ସମ୍ୟକ ତତ୍ତ୍ବଦର୍ଶୀ ହେବେ। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି।

ମିଥୁନ : ଜ୍ଞାନ ପିପାସୁ ହେବେ। ଭାଷା ପରମ କଲ୍ୟାଣୀୟ ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ପୁଣ୍ୟବାନ୍‌ ଓ ସୁବିମଳ ଯଶର ଅଧିକାରୀ ହେବେ।

କର୍କଟ : କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ହାସଲ କରିବେ। ସଦ୍‌ଗୁଣ ସମ୍ପନ୍ନ ହେବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ବୁଦ୍ଧି, ବିବେକ ଓ ପ୍ରଜ୍ଞା ଚକ୍ଷୁରେ ଦେଖିଲେ ଶାଶ୍ବତ ସତ୍ୟର ସନ୍ଧାନ ମିଳିବ।

ସିଂହ : କାର୍ଯ୍ୟର ସଫଳ ରୂପାୟନ କରିପାରନ୍ତି। କଷ୍ଟ ଉପାର୍ଜିତ ଧନର ସଦ୍‌ବ୍ୟବହାର କରି ଲୋକପ୍ରିୟତା ଅର୍ଜନ କରିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସପତ୍ନୀକ ଗୃହସ୍ଥ ଧର୍ମରେ ଦୀକ୍ଷିତ ହେବେ।

କନ୍ୟା : ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ଆଶୁ ବିପଦର ସମ୍ମୁଖୀନ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କଲେ ବି ନ୍ୟସ୍ତ ଦାୟିତ୍ବ ତୁଲାଇ ପାରନ୍ତି। ନିଜ ପ୍ରତି କଠୋର ଅନ୍ୟ ପ୍ରତି କୋମଳ ମନୋଭାବର ହେବେ।
ତୁଳା : ଆଜି ଦିନ ଭିତରେ ଯାହା ଘଟଣା ଘଟିବ; ତାହା ସୁଖବୋଧ ହେବ। କର୍ମ କ୍ଷେତ୍ରକୁ ଉଳମୟ କରି ଗଢ଼ି ତୋଳିବେ। ସପତ୍ନୀକ ଆନନ୍ଦ ଉପଭୋଗ କରିପାରନ୍ତି। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ।

ବିଛା : ଶତ୍ରୁର ଯିଏ ଶତ୍ରୁ, ସିଏ ଆପଣଙ୍କ ମିତ୍ର; ତଦ୍ଦ୍ବାରା ଶତ୍ରୁ ବିନାଶ କରିପାରନ୍ତି। ମନରେ ସ୍ଥିରତା ଆସିବ। ଋଣଦାତାଙ୍କ ସୁଦୟାରୁ କେବଳ ମୂଳ ଧନ ପରିଶୋଧ କରି ଆଶ୍ବସ୍ତ ହେବେ। ହାକିମଙ୍କ ବିଶ୍ବସ୍ତ ହେବେ।
ଧନୁ : ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହେବେ। ବ୍ୟବସାୟାଦି ବିଭିନ୍ନ ସୂତ୍ରରୁ ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରକାଶିତ ଚିତ୍ତର ଅନୁଭୂତି ଜ୍ଞାନକୁ ଗରିମାମୟ କରିପାରନ୍ତି। ପତ୍ନୀଙ୍କ କାମନା ପୂର୍ଣ୍ଣ ହେବ।
ମକର : ପରିଶ୍ରମ କଠିନ ଓ କଷ୍ଟଦାୟକ ହୋଇପାରେ; ମାତ୍ର ତା’ର ମୂଲ୍ୟାଙ୍କନ ହେବ। ଚେତନାର ଉଳ ପ୍ରଦୀପ ହୋଇପାରନ୍ତି। ଯାନବାହନ ସୁଖ ମିଳିବ। କେତେକ କ୍ଷେତ୍ରରେ ଭୁଲ୍‌ ବୁଝାମଣାର ସମ୍ମୁଖୀନ ହେବେ।
କୁମ୍ଭ : ଆଧ୍ୟାତ୍ମିକ ଜିଜ୍ଞାସା ପରିପୂର୍ଣ୍ଣ କରିପାରନ୍ତି। ଦିବ୍ୟ ଚେତନା ପ୍ରାପ୍ତ ହୋଇ ମାନବବାଦର ଚେତନାକୁ ଉପସ୍ଥାପନ କରିପାରନ୍ତି। ଅର୍ଥାଗମ ହେବ। ସଞ୍ଚାୟାଭିମୁଖୀ ହୋଇପାରନ୍ତି। ନ୍ୟାୟ ଧର୍ମ ଧାରକ ହେବେ।
ମୀନ : କୃଚ୍ଛ୍ର ସାଧନାରେ ଦିବ୍ୟ ଶକ୍ତିସମ୍ପନ୍ନ ହୋଇପାରନ୍ତି। ଅନବଦ୍ୟ ରଚନା ଜନସାଧାରଣଙ୍କ ପାଇଁ ଉପାଦେୟ ହେବ। ନୀତିନିଷ୍ଠ ହେବେ। ଭାଗ୍ୟାକାଶ ଉଳ ରହିଛି। ନମ୍ରତାର ପ୍ରତୀକ ହୋଇପାରନ୍ତି।

 

 

Breaking News