Report Card Odisha

| Daily Odia News

କର୍ମତତ୍ପରତାରୁ ମହାଫଳ ପ୍ରାପ୍ତ ହେବେ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମେଷ : ଈଶ୍ବରଙ୍କ ଭକ୍ତିରେ ଶକ୍ତିସମ୍ପନ୍ନ ହେବେ। ଚିତ୍ତରେ ପ୍ରସନ୍ନତାଭାବ ଉଦ୍ରେକ ହେବ। ଭାଷା ମଧୁର ଓ ପ୍ରେମପୂର୍ଣ୍ଣ ହୋଇପାରେ। ପ୍ରେମୀ ଓ ସାହସୀ ହେବେ। ଅନୁଜମାନଙ୍କର ଭକ୍ତିଭାଜନ ହେବେ। ବିଜୟୀ ହେବେ।

ବୃଷ : ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହୋଇପାରେ। ସ୍ବକର୍ମ ଭାଗ୍ୟକୁ ନିୟନ୍ତ୍ରଣ କରିବ। ଭାଷା କମନୀୟ ଓ ନମନୀୟ ହୋଇପାରେ। ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ଉଦାର ଓ ବିଦ୍ୟାପ୍ରେମୀ ହେବେ।

ମିଥୁନ : ଶ୍ରୀଚନ୍ଦ୍ର ଭୋଗ ହେତୁ ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ମାଲିମୋକଦ୍ଦମାର ଶେଷ ନିଷ୍ପତ୍ତି ବିଚାରପତିଙ୍କ ନିରପେକ୍ଷ ବିଚାର ଉପରେ ନିର୍ଭର କରୁଛି। ଧନ ପ୍ରାପ୍ତ ହେବେ। ସୁସ୍ବାଦୁ ଭୋଜନ କରିବେ।

କର୍କଟ : ଧର୍ମଧ୍ବଜାଧାରୀ ହୋଇପାରନ୍ତି। ଭୋକିଲାଙ୍କୁ ଆହାର ଦେଇ ଅଧିକ ବ୍ୟୟ କରିବେ। କର୍ମଚଞ୍ଚଳ ରହିବେ। ଶତ୍ରୁ ଅଧିକ ଥାଇ ବି କ୍ଷତି ଘଟାଇପାରନ୍ତି ନାହିଁ। ଗୁପ୍ତ ବିଦ୍ୟାରେ ରୁଚି ରହିବ।

ସିଂହ : ଯଶୋଦେହେ ହେବେ ଆୟୁଷ୍ମାନ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ଓ ବେସରକାରୀ ଉଭୟ ସ୍ତରରେ ସମ୍ମାନାସ୍ପଦ ବ୍ୟକ୍ତିଭାବେ ପରିଗଣିତ ହେବେ। ପତ୍ନୀ ସୁଶୀଳା ହେବେ।

କନ୍ୟା : ଦୟାଧର୍ମରେ ବିଲୀନ ହୋଇପାରନ୍ତି। ଜ୍ଞାନର ପ୍ରଦୀପ ପ୍ରଜ୍ବଳନ କରି ନିଜର ଓ ଜନସାଧାରଣଙ୍କର ଚଲାପଥକୁ ଆଲୋକିତ କରିପାରନ୍ତି। ଆୟୁଷ୍ମାନ ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ।
ତୁଳା : ବିଦ୍ବାନ୍‌ ଓ ସାହସୀ ବ୍ୟକ୍ତିଭାବେ ସମାଜ ଗଠନରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରନ୍ତି। ସୁଶ୍ରୀ-ସୁଶୀଳା ପତ୍ନୀଙ୍କ ପ୍ରେରଣା ପାଇ ଭାଗ୍ୟାକାଶର ମଳିନତାକୁ ସ୍ବଚ୍ଛ ଓ ନିର୍ମଳ କରିପାରନ୍ତି।

ବିଛା : ଆଶାବାଦୀ ହୋଇପାରନ୍ତି; ମାତ୍ର ଆଶା ମରୁର ମରୀଚିକା ପରି ଛଳନାମୟୀ ହୋଇପାରେ। କର୍ମତତ୍ପରତାରୁ ମହାଫଳ ପ୍ରାପ୍ତ ହେବେ। ଅସୁସ୍ଥ ଥାଇ ବି କର୍ମକ୍ଷେତ୍ରରେ ନିଜର ଅଭିଜ୍ଞତାର ବିନିଯୋଗ କରିବେ।
ଧନୁ: କୋମଳ ହୃଦୟଯୁକ୍ତ ଓ ଜ୍ଞାନର ଭଣ୍ଡାର ହୋଇପାରନ୍ତି। ସମ୍ବେଦନା ସହିତ ଯୋଡ଼ିହେଲେ ସେବାର ସାର୍ଥକତା ଉପଲବ୍ଧ ହେବ। ସମାଜସେବୀ ଭାବେ ଜନାଦୃତ ହେବେ। ପତ୍ନୀ ସୁଶୀଳା ହେବେ।

ମକର : ‘ଧୀ’ ଶକ୍ତିସମ୍ପନ୍ନ ହୋଇପାରନ୍ତି। ସଶକ୍ତ ଆତ୍ମବଳରେ ବଳୀୟାନ୍‌ ହେବେ। ସୁସ୍ଥ ରହିବେ। ଚତୁରତାର ସହ ଶତ୍ରୁତାର ଅବସାନ ଘଟାଇ ପାରନ୍ତି। ଚାକିରି କ୍ଷେତ୍ରରେ ଚମତ୍କାରିକ କର୍ମ କୁଶଳୀ ହୋଇପାରନ୍ତି।

କୁମ୍ଭ : ଅନୁଭୂତିରୁ ଉତ୍ପନ୍ନ ଜ୍ଞାନବଳରେ ସ୍ବରଚିତ ରଚନାବଳୀକୁ ଋଦ୍ଧିମନ୍ତ କରିପାରନ୍ତି। ପରମ କଲ୍ୟାଣୀୟ ମାର୍ଗରେ ମାର୍ଗୀ ହେବେ। ଆର୍ଥିକ ସ୍ଥିତି ସୁଦୃଢ଼ ଥାଇ ବି ଅଚାନକ ଆଉ କିଛି ଧନ ହାତକୁ ଆସିବ।

ମୀନ : ଭୋକିଲା ଲୋକଙ୍କୁ ଅନ୍ନଦାନ କରି ନିଜର ଦାନୀ ତାଲିକାଭୁକ୍ତ ଆବେଗକୁ ଶିଥିଳ କରିପାରନ୍ତି। ଉପଯୁକ୍ତ ପରାମର୍ଶ ପାଇ ଶିକ୍ଷା କ୍ଷେତ୍ରକୁ ସୁଫଳା କରିପାରନ୍ତି। ଜଳସେଚନରେ ଗୁରୁତ୍ବ ଦେବେ।

Breaking News