ରିପୋର୍ଟ କାର୍ଡ / ମୁମ୍ବାଇ
ଟିଭି ଅଭିନେତ୍ରୀ ନିଆ ଶର୍ମା ପୁଣି ଚର୍ଚ୍ଚାରେ | ନିଆ ସବୁବେଳେ ନିଜର ବୋଲ୍ଡନେସ୍ ଓ ଗ୍ଲାମରସ୍ ଷ୍ଟାଇଲ ପାଇଁ ଛୋଟ ପରଦାରେ ବେଶ୍ ଜଣାଶୁଣା । ବର୍ତ୍ତମାନ ସେ ତାଙ୍କର ଆଉ ଏକ ବୋଲ୍ଡ ଫଟୋ ସେୟାର କରି ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି । କିନ୍ତୁ ଏଥର ବ୍ୟାକଲେସ୍ ନୁହେଁ ବରଂ ଫଟା ଡ୍ରେସ୍ ପିନ୍ଧି ଏହାର ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ ନିଆ । ଏହାକୁ ଦେଖି ନିଆଙ୍କ ଫ୍ୟାନ୍ସମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।

ସେହି ଫଟୋରେ ନିଆ ପିଙ୍କ୍ ବ୍ଲେଜର ସହ ହ୍ବାଇଟ୍ କଲରର ପ୍ୟାଣ୍ଟ ପିନ୍ଧିଥିବାର ନଜର ଆସିଛନ୍ତି । ନିଆଙ୍କ ଏହି ଫଟୋ ଖୁବ୍ ଫ୍ୟାସିନେଟିଙ୍ଗ ଦେଖାଯାଉଛି। କିନ୍ତୁ ୟୁଜର୍ସଙ୍କ ନିଆଙ୍କ ଏହି ଫଟୋ ପସନ୍ଦ ଆସି ନାହିଁ । ତେବେ ନିଆ ଏହି ଫଟୋରେ ମିନିମଲ୍ ମେକଅପ୍ ସହ ଜୁଏଲେରୀକୁ ନେଇ ବୋଲ୍ଡ ଏକ୍ସପେରିମେଣ୍ଟ କରିଛନ୍ତି । କିନ୍ତୁ ନିଆଙ୍କର ଏହି ଫଟୋ ଗୁଡିକ ମାତ୍ର ନଅ ଘଣ୍ଟା ମଧ୍ୟରେ ଦୁଇ ଲକ୍ଷରୁ ଅଧିକ ଥର ଲାଇକ୍ କରାଯାଇଛି । କିନ୍ତୁ କମେଣ୍ଟରେ ଲୋକେ ତାଙ୍କୁ ଖୁବ୍ ଜବରଦସ୍ତ ଟ୍ରୋଲ କରିଛନ୍ତି ।






More Stories
ଅଭିଜିତ୍ ମଜୁମଦାରଙ୍କ ପରଲୋକ…..
ଅପରାଜିତାଙ୍କୁ ବସନ୍ତ ନାୟକ ସ୍ମୃତି ସମ୍ମାନ…..
ଟିକସ ଛାଡ଼ ହେଲା “ଧୁରନ୍ଧର”…..