ରିପୋର୍ଟ କାର୍ଡ / ଭୁବନେଶ୍ଵର
ବିଧାନସଭାରେ ଅଚଳାବସ୍ଥା ଦେଖାଦେଇଛି। ଗୃହ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ କାରଣରୁ ମଧ୍ୟାହ୍ନ ୧୨ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ। ବିଧାନସଭା ଆରମ୍ଭରୁ ହିଁ ବିରୋଧୀ ପ୍ରବଳ ହଟ୍ଟଗୋଳ ଓ ନାରାବାଜି କରିଥିଲେ। ଉଭୟ ବିଜେଡି ଓ କଂଗ୍ରେସ ଗୃହ ମଧ୍ୟଭାଗକୁ ଆସି ପ୍ରବଳ ହଟ୍ଟଗୋଳ କରିଥିଲେ। ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ କରି କଂଗ୍ରେସ ହୋ ହାଲ୍ଲା କରିଥିବାବେଳେ ଏପଟେ ଚାଷୀ ମାରଣ ନୀତି ଓ କଟନୀ ଛଟନୀ ଅଭିଯୋଗରେ ବିଜେଡି ବିଧାୟକଙ୍କ ବିକ୍ଷୋଭ ଦେଖିବାକୁ ମିଳିଥିଲା। ଫଳରେ ଚାଲିପାରି ନଥିଲା ଗୃହକାର୍ଯ୍ୟ। ଏହାପରେ ଗୃହକୁ ମଧ୍ୟାହ୍ନ ୧୨ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।






More Stories
IAS ସ୍ତରରେ ବଡ଼ ଧରଣର ଅଦଳବଦଳ…..
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..