ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜଧାନୀ ଦିଲ୍ଲୀରେ ଆଜି ରାତି ୧୦ଟାରୁ ଆସନ୍ତା ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଦିଲ୍ଲୀରେ ଲକ୍ଡାଉନ୍ କଟକଣା ଘୋଷଣା ହୋଇଛି । ଦିଲ୍ଲୀରେ ଲକଡାଉନ ହେବା ପରେ କାଳେ ମଦ ମିଳିବ ନାହିଁ ସେଥିପାଇଁ କାଉଣ୍ଟର ଆଗରେ ଧାଡି ଲଗାଇଛନ୍ତି ବହୁ ସଂଖ୍ୟାରେ ଲୋକ । ଦିଲ୍ଲୀରେ ଲକଡାଉନ ଘୋଷଣା ହେବା ପରେ ଦେଖିବାକୁ ମିଳିଛି ଏଭଳି ବିଚିତ୍ର ଦୃଶ୍ୟ । ଦିଲ୍ଲୀର ଶିବପୁରୀ ଅଂଚଳରେ ଥିବା ଏକ ମଦ ଦୋକାନ ସାମନାରେ ମଦ କିଣିବା ପାଇଁ ଲାଗିଛି ଲମ୍ବାଲାଇନ୍ । ଧାଡି ଲଗାଇଛନ୍ତି ବହୁ ସଂଖ୍ୟାରେ ଲୋକ । ସବୁଠାରୁ ବଡ କଥା ହେଉଛି ମଦ କିଣିବାକୁ କାଉଁଟର ସାମନାରେ ଭିଡ ଲଗାଇଥିବା ଲୋକମାନେ ସାମାଜିକ ଦୂରତା ଭଳି କରୋନା କଟକଣାକୁ ପାଳନ କରୁ ନାହାଁନ୍ତି । ଦୃଶ୍ୟ ଦେଖିଲେ ଲାଗୁଛି , କରୋନା ପଛେ ହେଉ ମଦୁଆଙ୍କ ପାଇଁ କିନ୍ତୁ ମଦ କିଣିବା ଆବଶ୍ୟକ । ସତେ ଯେମିତି ମଦ ବିନା ସେମାନଙ୍କ ପାଇଁ ବଂଚିବା ମୁସ୍କିଲ ହୋଇପଡିଛି ।






More Stories
NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ…..
ପୁଣି ଆନ୍ଦୋଳନକୁ ଓହ୍ଲାଇବ CJP…..
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି ବିଲ୍ ଗୃହୀତ…..