ରିପୋର୍ଟ କାର୍ଡ / କଣ୍ଟାମାଳ
ସ୍ତ୍ରୀର ତଣ୍ଟି କାଟି ହତ୍ୟା କରିଛି ସ୍ବାମୀ। ଗତକାଲି ରାତିରେ କଣ୍ଟାମାଳ ଥାନା ଚାରଭାଟି ଗ୍ରାମରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି | ସୂଚନା ଅନୁସାରେ ଘଣ୍ଟାପଡା ଥାନା ବଡ଼ବାହାଲ ଗ୍ରାମର ସର୍ବେଶ୍ବର ନାଏକ ଗତ ଅଢେଇ ବର୍ଷ ପୂର୍ବେ ଚାରଭାଟି ଗ୍ରାମର ଅହଲ୍ୟା ତରିଆକୁ ବାହା ହୋଇ କିଛି ଦିନ ହେଲା ଶ୍ବଶୁର ଘରେ ରହି ଆସୁଥିଲେ। ଗତରାତିରେ କୌଣସି କାରଣକୁ ନେଇ ସ୍ବାମୀ ସ୍ତ୍ରୀ ମଧ୍ୟରେ ଗଣ୍ଡଗୋଳ ହୋଇ ସର୍ବେଶ୍ବର ଏଥିରେ ଉତକ୍ଷିପ୍ତ ହୋଇ ଘରେ ଥିବା ଟାଙ୍ଗିଆରେ ନିଜ ସ୍ତ୍ରୀ ଅହଲ୍ୟାର ବେକ କାଟି ଦେଇ ଫେରାର୍ ହୋଇ ଯାଇଥିଲ । ପରିବାର ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅହଲ୍ୟାକୁ କଣ୍ଟାମାଳ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ କଣ୍ଟାମାଳ ପୋଲିସ ପହଞ୍ଚି ଶବ ଜବତ କରି ଏକ ଅପରାଧିକ ମାମଲା ରୁଜ୍ଜୁକରି ଶବ ବ୍ୟବଛେଦ ପାଇଁ ମନମୁଣ୍ଡା ଡାକ୍ତରଖାନାକୁ ପଠାଇଥିବା ଥାନାଧିକାରୀ ଭାବାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି।






More Stories
ମିଛ ଲୁଟ୍ ନାଟକର ପର୍ଦ୍ଦାଫାସ,୪ ଗିରଫ……
ଝାରପଡ଼ା ଜେଲରେ ଅସମ୍ଭାଳ ସ୍ଥିତି…..
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……