ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଧ୍ୟପ୍ରଦେଶର ଜଳ ସମ୍ପଦ ମନ୍ତ୍ରୀ ତୁଳସୀରାମ ଶିଲୱାଟ କଂଗ୍ରେସ ନେତା ଦିଗବିଜୟ ସିଂହଙ୍କୁ କରୋନା ଭାଇରସ ବୋଲି କହିଛନ୍ତି । ଆଉ ଏହାର ଜବାବ ଦେଇଛନ୍ତି ଦିଗବିଜୟ। କହିଛନ୍ତି କି ମୁଁ ବିଜେପି ପାଇଁ ତଥା ଆରଏସ୍ଏସ୍ ପାଇଁ କରୋନା ଭାଇରସ। ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବା ବେଳେ ତୁଳସୀରାମ କହିଥିଲେ ଯେ ଦିଗବିଜୟ ସିଂହ କଂଗ୍ରେସ ପାଇଁ କରୋନା ଭାଇରସ୍। ଏଥିସହ ଦିଗବିଜୟଙ୍କୁ ଚାଇନାରେ ପୁନଃଜନ୍ମ ଦେବାକୁ ପ୍ରଭୁ ମହାକାଳଙ୍କ ନିକଟରେ ସେ ପ୍ରାର୍ଥନା କରିବେ ବୋଲି କହିଥିଲେ। ଏହା ଶୁଣି ରାଗି ନିଆଁ ବାଣ ହୋଇ ଯାଇଥିଲେ ଦିଗବିଜୟ। ସେ କହିଥିଲେ, ମୁଁ କରୋନା ଭାଇରସ। କିନ୍ତୁ କଂଗ୍ରେସ ପାଇଁ ନୁହେଁ। ମୁଁ ବିଜେପି ଓ ଆରଏସ୍ଏସ୍ ପାଇଁ ମହାମାରୀ। ଦିଗବିଜୟ ଆହୁରି କହିଥିଲେ, ବିଜେପିରେ ଯୋଗ ଦେବା ପରଠୁ ହଠାତ୍ କିପରି ତୁଳସୀରାମ ଶିଲୱାଟଙ୍କ ବ୍ୟବସାୟ ବଢ଼ିଗଲା | ତୁଳସିରାମ ସିଲୱାଟ ପୂର୍ବରୁ କଂଗ୍ରେସରେ ଥିଲେ। ୨୦୨୦ରେ ସେ ବିଜେପିରେ ଯୋଗ ଦେଇଥିଲେ। ସେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଘନିଷ୍ଠ।






More Stories
ଇରାନକୁ ଟ୍ରମ୍ପଙ୍କ ଚେତାବନୀ…..
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….