ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂଙ୍କ ପରଲୋକ ହୋଇଛି। ମନମୋହନଙ୍କ ପରଲୋକରେ ସାରାଦେଶର ଶୋକର ଛାୟା ଖେଳିଯାଇଛି। ମନମୋହନଙ୍କ ବିୟୋଗରେ ରାହୁଲ ସୋସିଆଲ ମିଡିଆରେ ଏକ ଭାବବିହ୍ବଳ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ଜଣେ ମାର୍ଗଦର୍ଶକଙ୍କୁ ହରାଇଲି। ଅର୍ଥନୀତିରେ ତାଙ୍କର ଗଭୀର ଜ୍ଞାନ ଦେଶକୁ ପ୍ରେରଣା ଯୋଗାଉ ଥିବ ବୋଲି ରାହୁଲ ଲେଖିଛନ୍ତି। ମନମୋହନ ସିଂ ଥିଲେ ଏକାଧାରରେ ଜଣେ ରାଜନେତା, ଅର୍ଥନୈତିଜ୍ଞ, ଶିକ୍ଷାବିତ୍, ଅମଲାତନ୍ତ୍ରୀ। ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ସେ ଭାରତର ପ୍ରଧାନମନ୍ତ୍ରୀ ଥିଲେ। ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ ଓ ନରେନ୍ଦ୍ର ମୋଦିଙ୍କ ପରେ ମନମୋହନ ହେଉଛନ୍ତି ଦେଶକୁ ସର୍ବାଧିକ ସମୟ ଶାସନ କରିଥିବା ଚତୁର୍ଥ ପ୍ରଧାନମନ୍ତ୍ରୀ।
More Stories
ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ କମିସନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା….
ବିମାନ ଦୁର୍ଘଟଣା ନେଇ ଆମକୁ ଦୋଷ ଦିଅ ନାହିଁ….
ମନ୍ତ୍ରୀମାନେ ଜିଲ୍ଲା କଥା ବୁଝିବେ….