ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବାୟୁସେନାର ମିଗ-୨୯ ଯୁଦ୍ଧ ବିମାନ ସୋମବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଗ୍ରାର ଏକ କ୍ଷେତରେ ବିମାନଟି ଖସିପଡ଼ିବା ପରେ ଜଳିଯାଇଥିବା ଦେଖିବାକୁ ମିଳିଛି। କିପରି ଦୁର୍ଘଟଣା ଘଟିଲା ତାହା ଜଣାପଡ଼ି ନାହିଁ। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି।ମିଗ-୨୯ ଯୁଦ୍ଧ ବିମାନଟି ନିୟମିତ ଅଭ୍ୟାସ ପାଇଁ ପଞ୍ଜାବର ଆଦମପୁରଠାରୁ ଉଡ଼ାଣ ଆରମ୍ଭ କରିଥିଲା। ବିମାନଟି ଆଗ୍ରା ଅଭିମୁଖେ ଆସିଥିଲା। କିନ୍ତୁ ଆଗ୍ରାରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦୁର୍ଘଟଣା ପୂର୍ବରୁ ପାଇଲ୍ଟ ସୁରକ୍ଷିତ ଭାବେ ବିମାନରୁ ବାହାରି ଆସିଥିଲେ। ବାୟୁସେନା ପକ୍ଷରୁ କୋର୍ଟ ଅଫ୍ ଏନକ୍ଵାରୀ ଆଦେଶ ଦିଆଯାଇଛି।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..