Report Card Odisha

| Daily Odia News

IAS ନିକୁଞ୍ଜ ବିହାରୀ ଧଳ ନୂଆ ଏସଆରସି……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବରିଷ୍ଠ ଆଇଏଏସ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ରାଜ୍ୟ ସରକାରଙ୍କର ପରବର୍ତ୍ତୀ ସ୍ୱତନ୍ତ୍ର ରିଲିଫ କମିଶନର ଭାବେ ଦାୟିତ୍ୱ ନେବ । ବର୍ତ୍ତମାନ ଶକ୍ତି ଓ ଅବକାରୀ ସଚିବ ଭାବେ କାର୍ଯ୍ୟ କରୁଛନ୍ତି ନିକୁଞ୍ଜ । ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ଭାବେ ଆଜିଠାରୁ ଦାୟିତ୍ୱ ଆରମ୍ଭ କରିବେ । ନିକୁଞ୍ଜଙ୍କ ନିଯୁକ୍ତି ନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିଯୁକ୍ତି ପ୍ରକାଶ ପାଇଛି । ୧୯୯୩ ବ୍ୟାଚର ଆଇଏଏସ ଅଫିସର ନିକୁଞ୍ଜ ଏସଆରସି ଓ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଏମଡି ଭାବେ ଦାୟିତ୍ୱ ନେବେ । ଏହା ପୂର୍ବରୁ ପ୍ରଦୀପ ଜେନା ରାଜ୍ୟ ସରକାରଙ୍କର ଏସଆରସି ଦାୟିତ୍ୱରେ ରହିଥିଲେ । ଶ୍ରୀ ଜେନା ଆଜିଠାରୁ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟାରମ୍ଭ କରିବେ । ପ୍ରଦୀପଙ୍କ ନିଯୁକ୍ତି ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତ ୨୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

Breaking News