Report Card Odisha

| Daily Odia News

ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ପ୍ରାୟ ସାଢ଼େ ୩ବର୍ଷ ପରେ ରାଜ୍ୟ ସରକାର ଆଜି ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ସ୍ଥାୟୀ ମୁଖ୍ୟ ପ୍ରଶାସକ ନିଯୁକ୍ତି କରିଛନ୍ତି ।ରାଜ୍ୟ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ ସଚିବ ତଥା ନିର୍ଦ୍ଦେଶକ ୨୦୦୭ ବ୍ୟାଚ୍ ଆଇଏଏସ ରଞ୍ଜନ କୁମାର ଦାସଙ୍କୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ବଦଳି ହୋଇଛି । ସେହିପରି ରାଜ୍ୟ ସରକାର ଦିଲ୍ଲୀପ ରାଉତରାୟଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି। ୨୦୦୩ ବ୍ୟାଚର ଆଇଏଏସ୍‌ ଅଧିକାରୀ ଶ୍ରୀକାନ୍ତ ପୃଷ୍ଟିଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସ୍ୱତନ୍ତ୍ର ସଚିବ ଦାୟିତ୍ବ ମିଳିଛି। ଶ୍ରୀକାନ୍ତ ପୃଷ୍ଟି ଏବେ ହସ୍ତତନ୍ତ୍ର, ହସ୍ତଶିଳ୍ପ ଓ ବୟନଶିଳ୍ପ ବିଭାଗରେ କାର୍ଯ୍ୟରତ ଅଛନ୍ତି।

Breaking News