ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ଆଇଏଏସ୍ ରଞ୍ଜନ କୁମାର ଦାସଙ୍କୁ ବିଭାଗର ସଚିବ ଭାବେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ସୁରେଶ କୁମାର ଦଳେଇଙ୍କୁ ଉତ୍ତରାଂଚଳ ରାଜସ୍ୱ କମିଶନର ଭାବେ ସମ୍ବଲପୁର ବଦଳି କରାଯାଇଛି। ତାଙ୍କ ସ୍ଥାନରେ ଶ୍ରୀ ଦାସଙ୍କୁ ବିଭାଗର ଦାୟିତ୍ୱ ତୁଲାଇବାକୁ କୁହାଯାଇଛି । ଶ୍ରୀ ଦାସ ଏବେ ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ତେବେ ଜଣେ ନିର୍ଦ୍ଦେଶକ ପାହ୍ୟାର ଅଫିସରଙ୍କୁ ସଚିବ ଦାୟିତ୍ୱରେ ରଖି ସରକାର ପ୍ରଶାସନିକସ୍ତରରେ ନିଜର ମନମୁଖୀ ନିଷ୍ପତ୍ତିକୁ ଲଦି ଦେଉଥିବା ପାୱାର କରିଡରରେ ଚର୍ଚ୍ଚା।






More Stories
ରାଜ୍ୟରେ ଡିଜିଟାଲ୍ ଜନଗଣନା ଆରମ୍ଭ….
କ୍ଷମା ମାଗିଲେ ଦୁବେ:ବିଜୁବାବୁ ଷ୍ଟେଟସ୍ ମ୍ୟାନ୍ ଥିଲେ…..
ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ….