ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ୨ ଜଣ ଆଇଏଏସ ଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ଜଣେ ଆଇଏଏସଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବେ । ରାଜ୍ୟପାଳଙ୍କ ସଚିବ ତଥା କମିଶନର ଥିବା ଡ.ପ୍ରମୋଦ କୁମାର ମେହେର୍ଦ୍ଦାଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ରିଲିଭ କରାଯାଇଛି । ଡ. ମେହେର୍ଦ୍ଦା କେନ୍ଦ୍ରୀୟ ଜାତୀୟ ଜାତୀୟ ଖାଦ୍ୟ ସୁରକ୍ଷା ମିଶନ (ଏନ୍ଏଡ଼ଏସଏମ)ର ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟତ୍ୱ ନେବେ । ଜଳ ସମ୍ପଦ ସଚିବ ଅନୁ ଗର୍ଗଙ୍କୁ ମିଳିଛି ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଦାୟିତ୍ୱ । ଡ.ମେହେର୍ଦ୍ଦା ରାଜ୍ୟପାଳଙ୍କ ସଚିବ ତଥା କମିଶନର ଭାବେ କାର୍ଯ୍ୟ କରିବା ସହିତ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ତଥା କମିଶନର ଭାବେ ଅତିରିକ୍ତି ଦାୟତ୍ୱ ମଧ୍ୟ ତୁଲାଉଥିଲେ । ଅନ୍ୟପକ୍ଷରେ ବରିଷ୍ଠ ଆଇଏଏସ ଶାଶ୍ୱତ ମିଶ୍ରଙ୍କୁ ରାଜ୍ୟପାଳଙ୍କ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । ସେ ଏବେ ଉଚ୍ଚଶିକ୍ଷା ବିଭାଗର ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ତା ସହିତ ତାଙ୍କ ପାଖରେ ଓଏସଏସଏସିର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଅଛି ।






More Stories
ଟ୍ୟୁଶନ ହେବେ ରାଜସ୍ବ ବାବୁ…..
ଭିତର ଭଣ୍ଡାରରେ ହେବ ଗଣତିମଣତି…..
ମହାନଦୀ ଜଳ ବିବାଦର ସ୍ଥିତି ସମୀକ୍ଷା…..