ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତାଲିବାନ ଆଫଗାନିସ୍ତାକୁ କବଜା କରିବାରେ ସଫଳ ହୋଇଥିବାବେଳେ ଏକମାତ୍ର ଅଞ୍ଚଳ ପଂଜାଶିରକୁ ଦଖଲ କରିପାରିନାହିଁ । ପଞ୍ଜଶୀର ଦଖଲ କରିବାପାଇଁ ତାଲିବାନ ଗୋଷ୍ଠୀ ଏବେ ବିରୋଧୀ ବିଦ୍ରୋହୀ ବାହିନୀ ସହ ଲଢ଼ୁଛି। ବୁଧବାର ପ୍ରାୟ ୧୦୦୦ ଆତଙ୍କବାଦୀ ପଞ୍ଜଶୀରରେ ଆକ୍ରମଣ କରିଥିଲେ। ବିରୋଧୀ ବାହିନୀ ଆକ୍ରମଣ କରିବାରୁ ୧୧୫ ତାଲିବାନ ଆତଙ୍କବାଦୀ ନିପାତ ହୋଇଛନ୍ତି ଏବଂ ୨ ଶହରୁ ଅଧିକ ଆହତ ହୋଇଛନ୍ତି। ଇତି ମଧ୍ୟରେ ତାଲିବାନ କମିସନ ମୁଖ୍ୟ ମୁଲା ଅମିର ଖାନ ମୋତାକି କହିଛନ୍ତି, ପଞ୍ଜଶୀର ନେତାଙ୍କ ସହ କଥାବାର୍ତ୍ତା ବିଫଳ ହୋଇଥିବାରୁ ଆଗକୁ ମଧ୍ୟ ଲଢ଼େଇ ଜାରି ରହିବ। ତାଲିବାନ ବିରୋଧୀ ବିଦ୍ରୋହୀ ଗୋଷ୍ଠୀ ଏବଂ ଆଫଗାନିସ୍ତାନର ପୂର୍ବତନ ସୈନିକଙ୍କୁ ନେଇ ଗଠନ ହୋଇଥିବା ଏନଆରଏଫ୍ (ଜାତୀୟ ବିଦ୍ରୋହୀ ମେଣ୍ଟ) ପଞ୍ଜଶୀର ପାଇଁ ଲଢ଼େଇ ଜାରି ରଖିଛନ୍ତି। ପଞ୍ଜଶୀର ବାସିନ୍ଦାଙ୍କ ପାଇଁ ଆଜି ତାଲିବାନ ଏକ ଅଡିଓ ବାର୍ତ୍ତା ଜାରି କରି ଧମକାଇଛି। ପଞ୍ଜଶୀରର କିଛି ଲୋକ ଶାନ୍ତିପୂର୍ଣ୍ଣ ଭାବେ ସମସ୍ୟାର ସମାଧାନ ଚାହୁନଥିବାରୁ ଆଗକୁ ପରିଣାମ ଭୋଗିବ ବୋଲି ଚେତାବନୀ ଦିଆଯାଇଛି।
Discussion about this post