Report Card Odisha

| Daily Odia News

ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଓ ଦେଶର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟଙ୍କ ବିରୋଧରେ ଜାରି ହୋଇଛି ଗିରଫ ପରୱାନା। ଅନ୍ତର୍ଜାତୀୟ ଅପରାଧ କୋର୍ଟ(ଆଇସିସି) ଉଭୟଙ୍କ ନାଁରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି। ଯୁଦ୍ଧ ଅପରାଧ ଓ ମାନବୀୟ ଅପରାଧ ପାଇଁ କୋର୍ଟ ଏପରି ପଦକ୍ଷେପ ନେଇଛନ୍ତି। ଆଇସିସି କହିଛନ୍ତି ଯେ ନେତାନ୍ୟାହୁ ଓ ଗାଲାଣ୍ଟ ମାନବିକତା ବିରୋଧରେ ଅପରାଧ କରିଛନ୍ତି। ସେମାନେ ହତ୍ୟା ଓ ଅମାନବୀୟ କାଣ୍ଡ ଘଟାଇଛନ୍ତି। ଏଥିସହ ନେତାନ୍ୟାହୁ ଯୁଦ୍ଧ ସମୟରେ ଲୋକଙ୍କୁ ଭୋକିଲା ରଖିଥିଲେ। ସେମାନେ ଏହାକୁ ଯୁଦ୍ଧର ଏକ ମାଧ୍ୟମ କରିଥିଲେ। ଏପରି କରି ସେମାନେ ଯୁଦ୍ଧ ଅପରାଧ କରିଛନ୍ତି। ଗାଜାରେ ଇସ୍ରାଏଲ ମନଇଚ୍ଛା ଆକ୍ରମଣ କରିଥିବା ବେଳେ ସେଠାକୁ ଖାଦ୍ୟ, ପାଣି ଓ ମେଡିକାଲ ଉପକରଣ ପଠାଇବାରେ ବାଧା ସୃଷ୍ଟି କରିଥିଲା। ଏଥିପାଇଁ ମାନବୀୟ ସଙ୍କଟ ଦେଖାଯିବା ସହ ଛୋଟ ପିଲାଙ୍କ ସହ ଅନେକ ପ୍ରାଣ ମଧ୍ୟ ହରାଥିଲେ ବୋଲି ଅନ୍ତର୍ଜାତୀୟ ଅପରାଧ କୋର୍ଟ କହିଛନ୍ତି। ଏହି ଦୁଇ ସାଂଘାତିକ ଅପରାଧ ପାଇଁ ନେତାନ୍ୟାହୁ ଓ ଗାଲାଣ୍ଟ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି। ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଓ ଦେଶର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟଙ୍କ ବିରୋଧରେ ଜାରି ହୋଇଛି ଗିରଫ ପରୱାନା। ଅନ୍ତର୍ଜାତୀୟ ଅପରାଧ କୋର୍ଟ(ଆଇସିସି) ଉଭୟଙ୍କ ନାଁରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି। ଯୁଦ୍ଧ ଅପରାଧ ଓ ମାନବୀୟ ଅପରାଧ ପାଇଁ କୋର୍ଟ ଏପରି ପଦକ୍ଷେପ ନେଇଛନ୍ତି। ଆଇସିସି କହିଛନ୍ତି ଯେ ନେତାନ୍ୟାହୁ ଓ ଗାଲାଣ୍ଟ ମାନବିକତା ବିରୋଧରେ ଅପରାଧ କରିଛନ୍ତି। ସେମାନେ ହତ୍ୟା ଓ ଅମାନବୀୟ କାଣ୍ଡ ଘଟାଇଛନ୍ତି। ଏଥିସହ ନେତାନ୍ୟାହୁ ଯୁଦ୍ଧ ସମୟରେ ଲୋକଙ୍କୁ ଭୋକିଲା ରଖିଥିଲେ। ସେମାନେ ଏହାକୁ ଯୁଦ୍ଧର ଏକ ମାଧ୍ୟମ କରିଥିଲେ। ଏପରି କରି ସେମାନେ ଯୁଦ୍ଧ ଅପରାଧ କରିଛନ୍ତି।ଗାଜାରେ ଇସ୍ରାଏଲ ମନଇଚ୍ଛା ଆକ୍ରମଣ କରିଥିବା ବେଳେ ସେଠାକୁ ଖାଦ୍ୟ, ପାଣି ଓ ମେଡିକାଲ ଉପକରଣ ପଠାଇବାରେ ବାଧା ସୃଷ୍ଟି କରିଥିଲା। ଏଥିପାଇଁ ମାନବୀୟ ସଙ୍କଟ ଦେଖାଯିବା ସହ ଛୋଟ ପିଲାଙ୍କ ସହ ଅନେକ ପ୍ରାଣ ମଧ୍ୟ ହରାଥିଲେ ବୋଲି ଅନ୍ତର୍ଜାତୀୟ ଅପରାଧ କୋର୍ଟ କହିଛନ୍ତି। ଏହି ଦୁଇ ସାଂଘାତିକ ଅପରାଧ ପାଇଁ ନେତାନ୍ୟାହୁ ଓ ଗାଲାଣ୍ଟ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି।

Breaking News