ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କୋଭିଡ ଓ କୋଭିଡ ଟିକାର ପାର୍ଶ୍ୱ ପ୍ରତିକ୍ରିୟାକୁ ନେଇ ଏବେ ମଧ୍ୟ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି। ଅନେକ ସମୟରେ ଏନେଇ ନୂଆ ନୂଆ ରୋଚକ ତଥ୍ୟ ମଧ୍ୟ ସାମ୍ନାକୁ ଆସୁଛି। ଟିକା ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ବିପଦ ଏବଂ ଏହା ହୃଦଘାତ ବୃଦ୍ଧି କରୁଥିବା ପୂର୍ବ ଗବେଷଣାରେ କୁହାଯାଇଥିଲା। କିନ୍ତୁ ଭାରତରେ ଯୁବପିଢିଙ୍କ ଅକସ୍ମାତ ମୃତ୍ୟୁ ପାଇଁ କୋଭିଡ ଟିକା ଦାୟୀ ନୁହେଁ ବୋଲି ଆଇସିଏମଆର୍ କହିଛି। ଆଇସିଏମାରର କହିବା ଅନୁସାରେ, କୋଭିଡ ଟିକା ଯୁବ ଗୋଷ୍ଠୀଙ୍କ ମଧ୍ୟରେ ଆକଷ୍ମିକ ମୃତ୍ୟୁହାର ବୃଦ୍ଧି କରୁନାହିଁ। ଏଥିପାଇଁ ପାରିବାରିକ ଇତିହାସ, ଅତ୍ୟଧିକ ମଦ୍ୟପାନ, ଧୂମପାନ କିମ୍ବା ଅନ୍ୟାନ୍ୟ କୁଅଭ୍ୟାସ ଦାୟୀ ବୋଲି ଆଇସିଏମଆର କହିଛି। ଭାରତରେ ଯୁବ ଗୋଷ୍ଠୀଙ୍କ ମଧ୍ୟରେ ବଢୁଥିବା ଅଚାନକ ମୃତ୍ୟୁର କାରଣ ଜାଣିବା ପାଇଁ ଏହି ଅଧ୍ୟୟନ କରାଯାଇଥିଲା। ଏଥିରେ ଅକ୍ଟୋବର ୧ , ୨୦୨୧ ରୁ ମାର୍ଚ୍ଚ ୩୧, ୨୦୨୩ ମଧ୍ୟରେ କୌଣସି ପୂର୍ବ ସ୍ୱାସ୍ଥ୍ୟ ସମସ୍ୟା ନଥାଇ ମଧ୍ୟ ପ୍ରାଣ ହରାଇଥିବା ୧୮-୪୫ ବର୍ଷ ବୟସର ବ୍ୟକ୍ତିଙ୍କ ଡାଟା ନିଆଯାଇଥିଲା। ଅଧ୍ୟୟନକାରୀମାନେ ଜାଣିବାକୁ ପାଇଲେ ଯେ, ଯୁବପିଢିଙ୍କ କ୍ଷେତ୍ରରେ ଅକସ୍ମାକ ମୃତ୍ୟୁ ବୃଦ୍ଧି ପାଇଁ କୋଭିଡ ଟିକା ଦାୟୀ ନୁହେଁ। ମୃତମାନଙ୍କର ପରିବାରିକ ଇତିହାସ, ଅଧିକାଂଶଙ୍କର ଧୂମପାନ ଏବଂ ଅତ୍ୟଧିକ ମଦ୍ୟପାନ ଭଳି ଅଭ୍ୟାସ ରହିଥିଲା। ଏହି ସବୁ କାରଣରୁ ସେମାନଙ୍କର ମୃୃତ୍ୟୁ ବିପଦ ବଢିଥିଲା। ନିକଟରେ ନବରାତ୍ର ସମୟରେ ଗୁଜରାଟରେ ଗରବା ନାଚୁ ନାଚୁ ଏକାଧିକ ଯୁବ ବୟସ୍କଙ୍କର ହୃଦଘାତ ଘଟିଥିଲା। କୋଭିଡ ଟୀକାକରଣ କାରଣରୁ ମୃତ୍ୟୁ ବିପଦ ପଢୁଥିବା ଆଶଙ୍କା କରାଯାଉଥିଲା। କିନ୍ତୁ ଆଇସିଏମଆର ଗବେଷଣା ଏହାକୁ ଖଣ୍ଡନ କରିଛି।






More Stories
ତାରିକ ରହମାନଙ୍କ ଶପଥ ଗ୍ରହଣରେ ଯୋଗଦେବେ ଓମ୍ ବିର୍ଲା…..
ଗର୍ଲଫ୍ରେଣ୍ଡକୁ ସୁଟକେଶରେ ପୁରାଇ ଦେଲେ…..
ଆରାବଳୀକୁ କାହାକୁ ଛୁଇଁବାକୁ ଦେବୁ ନାହିଁ……