ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଶ୍ବକପ୍ ଫାଇନାଲ୍ ରେ ଭାରତର- ଅଷ୍ଟ୍ରେଲିଆ ଖେଳିବାକୁ ପଡ଼ିଆକୁ ଓହ୍ଲାଇଥିଲେ । ଅଷ୍ଟ୍ରେଲିଆ୬ ୱିକେଟ୍ରେ ବିଜୟୀ ହୋଇ ଷଷ୍ଠ ଥର ପାଇଁ ବିଶ୍ବକପ୍ ଜିତିଥିଲା । ଭାରତ ହାରିବା ପରେ ଅନେକ ଲୋକ ହାରିବା ପଛର ଭିନ୍ନ ଭିନ୍ନ କାରଣ କହୁଥିବା ବେଳେ କଂଗ୍ରେସ ନେତା ରହୁଲ ଗାନ୍ଧୀ ଭାରତର ପରାଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦାୟୀ କରିଛନ୍ତି। ରାହୁଲ ଗାନ୍ଧୀ ନିର୍ବାଚନ ପ୍ରଚାର ପାଇଁ ମଙ୍ଗଳବାର ରାଜସ୍ଥାନର ଜାଲୋରରେ ପହଞ୍ଚିଥିଲେ। ଏଠାରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରି ରାହୁଲ କହିଥିଲେ, ଆମ ଟିମ୍ ସହଜରେ ଫାଇନାଲ ମ୍ୟାଚ୍ ଜିତିଯାଇଥାନ୍ତେ, ହେଲେ ଅମଙ୍ଗଳିଆ ସେଠାକୁ ଯାଇ ହରାଇଦେଲେ। ଟିଭିରେ ଏହା ବିଷୟରେ କହିବେ ନାହିଁ। କିନ୍ତୁ ଜନସାଧାରଣ ଭଲ ଭାବରେ ଜାଣନ୍ତି। ଅନ୍ୟପକ୍ଷରେ, ୟୁପି କଂଗ୍ରେସ ସଭାପତି ଅଜୟ ରାୟ ବିଶ୍ୱକପ୍ରେ ଭାରତର ପରାଜୟ ପାଇଁ ମୋଦୀଙ୍କୁ ଦୋଷାରୋପ କରିଥିଲେ। ସେ କହିଥିଲେ, ମୋଦୀଙ୍କୁ ଦେଖିବା ପରେ ଖେଳାଳିମାନେ ଚାପଗ୍ରସ୍ତ ହୋଇଯାଇଥିଲେ। ମୋଦୀଙ୍କ କାରଣରୁ ଆମେ ହାରିଗଲୁ। ପରାଜୟ ପଛରେ ଏହା ହିଁ ଏକମାତ୍ର କାରଣ ଥିଲା। ଯଦି ମନୋବଳ ବଢ଼ାଇବାର ଥିଲା ତେବେ ବିଶ୍ୱକପ ଫାଇନାଲ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଖେଳାଳିଙ୍କୁ ସାକ୍ଷାତ କରିବାର ଥିଲା। ଫାଇନାଲକୁ ଯାଇ ମୋଦୀ ବହୁତ ବଡ଼ ଭୁଲ କଲେ।






More Stories
ସ୍ନାନ ଯାତ୍ରା ପ୍ରସ୍ତୁତି;ପହଣ୍ଡି ପ୍ରାତଃ ୫ ଟା ରୁ!…..
ରାସନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ପ୍ରତି ମେମ୍ବର ପାଇବେ ୭ କେଜି ଶସ୍ୟ……
ମୋ ଝିଅକୁ ଫାଶୀ ଦିଅ…..