ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ପ୍ରକାଶ ପାଇଲା ଆଇସିଏସ୍ଇର ଦଶମ ଓ ଦ୍ୱାଦଶ ଶ୍ରେଣୀ ରେଜଲ୍ଟ | ବିନା ପରୀକ୍ଷାରେ ୯୯% ପିଲା ପାସ୍ କରିଛନ୍ତି | ୧୦ମ ଶ୍ରେଣୀ ପାସ୍ ହାର ୯୯.୯୮% ରହିଛି। ସେହିପରି ଆଇଏସ୍ସିର ଦ୍ୱାଦଶ ଶ୍ରେଣୀରେ ୯୯.୭୬% ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ଆଇଏସସି ଦ୍ୱାଦଶ ଶ୍ରେଣୀରେ ଛାତ୍ରୀଙ୍କ ତୁଳନାରେ ଛାତ୍ରମାନଙ୍କ ପାସ୍ ହାର ସାମନ୍ୟ ଅଧିକ ରହିଛି। ଛାତ୍ରଙ୍କ ପାସ ହାର ୯୯.୮୬% ଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୯୯.୬୬% ରହିଛି। ସେହିପରି ୧୦ମ ଶ୍ରେଣୀରେ ବିଦେଶୀ ଶିକ୍ଷାର୍ଥୀଙ୍କ ପାସ୍ହାର ଚଳିତ ବର୍ଷ ୧୦୦% ରହିଛି। ୧୦ମ ଶ୍ରେଣୀର ଜୋନ ସ୍ତରୀୟ ପାସ୍ ହାରକୁ ଆମେ ଯଦି ବିଚାର କରିବା, ତା’ହେଲେ ନର୍ଥ ଜୋନରେ ପାସ୍ ହାର ୯୯.୯୭, ପୂର୍ବ ଜୋନ୍ରେ ୯୯.୯୭%, ପଶ୍ଚିମ ଜୋନରେ ୯୯.୯୯% ଓ ଦକ୍ଷିଣ ଜୋରେ ପାସ୍ ହାର ୧୦୦ ପ୍ରତିଶତ ରହିଛି। ତୁରନ୍ତ ହୋମ ସ୍କ୍ରିନ୍ରେ ଆପଣଙ୍କ ରେଜଲ୍ଟ ଆସିବ। ଏସଏମଏସ୍ ଦ୍ୱାରା ମଧ୍ୟ ପିଲାମାନେ ସେମାନଙ୍କ ରେଜଲ୍ଟ ବିଷୟରେ ମଧ୍ୟ ଜାଣିପାରିବେ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..