ରିପୋର୍ଟ କାର୍ଡ / ଭୁବନେଶ୍ୱର
କୃଷି ସଚିବ ଅରବିନ୍ଦ ପାଢୀଙ୍କ ପକ୍ଷରୁ କଡା ନିର୍ଦେଶନାମା ଜାରି ହୋଇଛି। ପଦୋନ୍ନତିପ୍ରାପ୍ତ / ବଦଳି ଅଧିକାରୀ ନିଯୁକ୍ତି ସ୍ଥାନରେ ଯୋଗଦେବାକୁ ନିର୍ଦେଶ ରହିଛି। କୌଣସି ପରିସ୍ଥିତିରେ ନିର୍ଦେଶ କାର୍ଯ୍ୟକାରିତାକୁ ସ୍ଥଗିତ ରଖାଯିବ ନାହିଁ। ଅଗଷ୍ଟ ୩୧ ତାରିଖ ସୁଦ୍ଧା ନିଯୁକ୍ତ ସ୍ଥାନରେ ଯୋଗ ନଦେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ସେପ୍ଟେମ୍ବର ମାସରୁ ଦରମା ମଧ୍ୟ ବନ୍ଦ କରାଯିବ। ଯଦି କେହି ବାହ୍ୟ ପ୍ରଭାବ ଆଣିବାକୁ ପ୍ରୟାସ କରନ୍ତି , ତେବେ ସେମାନଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିର୍ଦେଶାଳୟ ଓ କ୍ଷେତ୍ର ପ୍ରତିଷ୍ଠାନ ମୁଖ୍ୟ ଆଦେଶ ଅନୁପାଳନ ଉପରେ ନଜର ରଖିବାକୁ ନିର୍ଦେଶ ରହିଛି।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..