ରିପୋର୍ଟ କାର୍ଡ / ବରଗଡ
ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଚୂଲାବତୀ ସାହୁ । ସେ ଏକ ଖାଦ୍ୟ ସୁରକ୍ଷା ଲାଇସେନ୍ସ ସାର୍ଟିଫିକେଟ କରାଇ ଦେବାପାଇଁ ବରଗଡ଼ର ହରେକୃଷ୍ଣ ପ୍ରଧାନଙ୍କ ଠାରୁ ୫ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ବରଗଡ଼ ଭିଜିଲାନ୍ସ ଟିମ ହାତରେ ଧରାପଡ଼ିଛନ୍ତି । ତାଙ୍କ ନାଁରେ ଆଗରୁ ମଧ୍ୟ ଲାଂଚ ନେଉଥିବା ଅଭିଯୋଗ ହେଉଥିବା ବେଳେ ମଙ୍ଗଳବାର ପୁଣି ହରେକୃଷ୍ଣ ପ୍ରଧାନ ଏକ ନୂତନ ହୋଟେଲ କରିବା ପାଇଁ ତାଙ୍କ ପାଖକୁ ଲାଇସେନ୍ସ ପାଇଁ ଆସିଥିଲେ ।ତେବେ ତାଙ୍କ ଠାରୁ ପାଞ୍ଚ ହଜାର ଲାଞ୍ଚ ମାଗିଥିଲେ । ସେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ତାଙ୍କ ତାଙ୍କ ଠାରୁ ଉକ୍ତ ଟଙ୍କା ଜବତ କରି ତଦନ୍ତ ଚଳାଇଛି । ବିଭାଗ ବରଗଡ ଜିଲ୍ଲାର ୨ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଆରମ୍ଭ କରିଥିବା ଜଣାପଡ଼ିଛି ।
More Stories
ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ନିଷ୍ପତ୍ତିକୁ ସ୍ଥଗିତ କଲା ଓଏସ ସଂଘ ….
ଅତିପ୍ରବଳ ବର୍ଷା ସମ୍ଭାବନା,୪ ଜିଲ୍ଲାକୁ ରେଡ୍ ଓ୍ବାର୍ନିଂ……
ଆଇଏଏସ ଶାଶ୍ୱତ ମିଶ୍ର ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ……