ରିପୋର୍ଟ କାର୍ଡ / ନୂଆଦିଲ୍ଲ
ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ବିବେଚିତ ହୋଇଛି ଆଇଆଇଟି ମାଡ୍ରାସ। ଉଭୟ ସବୁ କ୍ଷେତ୍ର ବା ଓଭରଅଲ କ୍ୟାଟାଗୋରୀ ଓ ଇଞ୍ଜିନିୟରିଂ ବର୍ଗରେ ଆଇଆଇଟି ମାଡ୍ରାସ ୧ନଂରେ ରହିଛି। ଆଜି ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ରାଙ୍କିଙ୍ଗ ଫ୍ରେମୱାର୍କ(ଏନଆଇଆରଏଫ) ୨୦୨୪ ପକ୍ଷରୁ ଜାରି ତାଲିକାରେ ଆଇଆଇଟି ମାଡ୍ରାନ ନମ୍ବର ୧ ସ୍ଥାନରେ ରହିଛି। ଏହାକୁ ମିଶାଇ କ୍ରମାଗତ ୮ମ ଥର ପାଇଁ ଆଇଆଇଟି ମାଡ୍ରାସ ଇଞ୍ଜିନିୟରିଂ କ୍ଷେତ୍ରରେ ସର୍ବଶ୍ରେଷ୍ଠ ସ୍ଥାନ ହାସଲ କରିଛି। ଓଭର ଅଲ କ୍ୟାଟାଗୋରୀ ରାଙ୍କିଙ୍ଗର ଟପ୍ ୧୦ରେ ଦେଶର ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ଜେଏନୟୁ ମଧ୍ୟ ରହିଛି। ଏହି ଶିକ୍ଷାନୁଷ୍ଠାନ ୧୦ ନମ୍ବର ସ୍ଥାନରେ ରହିଛି। ତେବେ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗରେ ଆଇଆଇଟିଗୁଡ଼ିକର ଦବଦବା ଦେଖିବାକୁ ମିଳିଛି। ଆଇଆଇଟି ମାଡ୍ରାସ ପଛକୁ ବେଙ୍ଗାଲୁରୁ ସ୍ଥିତ ଇଣ୍ଡିଆନ ଇଷ୍ଟିଚ୍ୟୁଟ ଅଫ ସାଇନ୍ସ ଦ୍ୱିତୀୟ ସ୍ଥାନରେ ରହିଛି। ଆଇଆଇଟି ବମ୍ବେ ୩ୟ ସ୍ଥାନରେ, ଆଇଆଇଟି ଦିଲ୍ଲୀ ୪ର୍ଥ ସ୍ଥାନରେ, ଆଇଆଇଟି କାନପୁର ୫ମ ସ୍ଥାନରେ, ୬ଷ୍ଠ ସ୍ଥାନରେ ଆଇଆଇଟି ଖଡ଼ଗପୁର, ୭ମ ସ୍ଥାନରେ ଦିଲ୍ଲୀ ଏମ୍ସ, ଆଇଆଇଟି ଋକୀ ୮ମ ସ୍ଥାନରେ ଓ ଆଇଆଇଟି ଗୁହାଟୀ ୯ମ ଓ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ) ୧୦ମ ସ୍ଥାନରେ ରହିଛି।






More Stories
ଦିଲ୍ଲୀରେ ବିଶ୍ବହିନ୍ଦୁ ପରିଷଦର ବିକ୍ଷୋଭ…..
ସୋନିଆ,ରାହୁଲଙ୍କୁ ହାଇକୋର୍ଟ ନୋଟିସ…..
ବୋମା ବିସ୍ଫୋରଣରେ ରୁଷ୍ ଜେନେରାଲ ମୃତ……