ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି-ହାଇଦ୍ରାବାଦ (ଆଇଆଇଟି-ଏଚ୍) ର ଜଣେ ମହିଳା ଛାତ୍ରୀଙ୍କ ମୃତଦେହ ତାଙ୍କ ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ଜଣାପଡ଼ିଛି ଯେ ଛାତ୍ରୀ ଜଣକ ହେଉଛନ୍ତି ଓଡ଼ିଆ, ନାମ ମମିଥା ନାୟକ। ତାଙ୍କୁ ୨୦୧୯ ବର୍ଷ ବୟସ। ଚଳିତବର୍ଷ ସେ ଆଇଆଇଟି-ଏଚରେ ଇଞ୍ଜିନିୟରିଂ ଛାତ୍ରୀ ଭାବେ ନିଜର ନାମ ଲେଖାଇଥିଲେ। ସୋମବାର ରାତିରେ ତାଙ୍କୁ ତାଙ୍କ ହଷ୍ଟେଲ୍ ରୁମ୍ରେ ବେକରେ ରଶି ଲଗାଇ ଝୁଲୁଥିବାର ଦେଖବାକୁ ମିଳିଥିଲା। ସାଙ୍ଗାରେଡି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ତେବେ ଏହା ଏକ ହତ୍ୟା କିମ୍ବା ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ମମିଥାଙ୍କ ମୃତଦେହ ନିକଟରୁ ଏକ ସୁଇସାଇଡ୍ ନୋଟ୍ ବି ଉଦ୍ଧାର ହୋଇଛି। ସୁଇସାଇଡ୍ ନୋଟ୍ରେ ଓଡ଼ିଆରେ ଲେଖାଯାଇଛି। ସେ ଆର୍ଥିକ ସଂକଟ ହେତୁ ଜୀବନ ହାରୁଥିବା ତାଙ୍କ ନୋଟ୍ରେ ଉଲ୍ଲେଖ କରିଛନ୍ତି। ମମିଥା ଜୁଲାଇ ୨୬ ତାରିଖରେ ଆଇଆଇଟି-ଏଚକୁ ଆସିଥିଲେ। ତାଙ୍କ ପରିବାର ଲୋକଙ୍କୁ ମମିଥାଙ୍କ ମୃତ୍ୟୁ ଖବର ଦିଆଯାଇଛି।






More Stories
ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ…..
ବଢ଼ିବ ଟୋଲ୍ ଟ୍ୟାକ୍ସ !…..
ରାଜପାଲ ଙ୍କୁ ମିଳିଲା ଜାମିନ…..