ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦେଶରେ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ), ଭାରତୀୟ ପୋଲିସ ସେବା(ଆଇପିଏସ) ଭଳି ଭାରତୀୟ ଜୁଡିସିଆଲ ବା ନ୍ୟାୟିକ ସେବା(ଆଇଜେଏସ) ପରୀକ୍ଷା କରାଯିବା ଜରୁରୀ ବୋଲି କହିଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼। ଏକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି, ନ୍ୟାୟିକ ବ୍ୟବସ୍ଥାରେ ସଂସ୍କାର ଅଣାଯିବା ଉଚିତ। ଖାଲିପଡ଼ିଥିବା ବିଚାରପତି ପଦବୀ ତୁରନ୍ତ ପୂରଣ ହେବା ଦରକାର। ଏଥିପାଇଁ ଆଇଏଏସ ପରୀକ୍ଷା ଭଳି ଅଲ ଇଣ୍ଡିଆ ଜୁଡ଼ିସିଆଲ ସର୍ଭିସ ବ୍ୟବସ୍ଥା ଆପଣାଇବା ଆବଶ୍ୟକ। ଚନ୍ଦ୍ରଚୂଡ଼ ତଳକୋର୍ଟରେ ଚାଲିଥିବା ବିଚାର ବ୍ୟବସ୍ଥା ନେଇ ସ୍ପଷ୍ଟ ମତ ରଖିଥିଲେ। ଜିଲା ଜଜ୍ କୋର୍ଟରେ ବେଲ ନ ମିଳିବା ନେଇ ସେ ଉଦବେଗ ପ୍ରକାଶ କରିଥିଲେ।






More Stories
ଦୁବେଙ୍କ ବୟାନକୁ ନେଇ ରାଜ୍ୟ ରାଜନୀତି ସରଗରମ…..
ଓଏଏସ୍ ସ୍ତରରେ ଅଦଳବଦଳ…..
ଗ୍ୟାସ ସିଲିଣ୍ଡରକୁ ନେଇ ବଡ଼ ଘୋଷଣା…..