ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏଥର ପ୍ରବାସୀ ଭାରତୀୟ ମଧ୍ୟ ନିର୍ବାଚନରେ ମତଦାନ କରିପାରିବେ। ଭାରତର ନିର୍ବାଚନ ଆୟୋଗ ନୂଆ ନୀତି ଆଣିବାକୁ ଯାଉଛନ୍ତି। ଏନେଇ ସୂଚନା ପ୍ରଦାନ କରିଛନ୍ତି ନିର୍ବାଚନ ଆୟୋଗର ମୁଖ୍ୟ ରାଜୀବ କୁମାର। ସେ କହିଛନ୍ତି, ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ପ୍ରବାସୀ ଭାରତୀୟଙ୍କୁ ଭୋଟ୍ ଦେବାର ଅଧିକାରକୁ ଦୀର୍ଘ ଦିନରୁ ଆଲୋଚନା କରାଯାଉଛି। ଯାହା ଉପରେ ନିର୍ବାଚନ ଆୟୋଗ କାର୍ଯ୍ୟ କରୁଛନ୍ତି। ଏହାକୁ ବହୁତ ଶୀଘ୍ର କାର୍ଯ୍ୟକାରୀ କରାଯିବ। ରାଜୀବ କହିଛନ୍ତି, ଭାରତ ହେଉଛି ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି। ୧.୩୪ କୋଟିରୁ ଅଧିକ ପ୍ରବାସୀ ଭୋଟର ଇଲେକ୍ଟ୍ରୋନିକ ବାଲାଟ ସିଷ୍ଟମ ମାଧ୍ୟମରେ ନିର୍ବାଚନରେ ଭାଗ ନେବେ। ଏହି ଯୋଜନାକୁ ବାସ୍ତବରେ ପରିଣତ କରିବା ପାଇଁ ଆଇଏଫଏସ ଏବଂ ଅନ୍ୟ ଦେଶମାନଙ୍କର ଦୂତାବାସର ଭୂମିକା ଗୁରୁତ୍ୱପୂର୍ଣ୍ଣ।






More Stories
ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି ଜଗ୍ ଲଡକି…..
ରାଜନୀତିରେ କେବେ ପୂର୍ଣ୍ଣଚ୍ଛେଦ ପଡ଼ିନଥାଏ…..
ଦିଲ୍ଲୀ ସାଧନଗରରେ ଅଗ୍ନିକାଣ୍ଡ:୩ ଜଣ ଶିଶୁଙ୍କ ସମେତ ୭ ମୃତ…..