Report Card Odisha

| Daily Odia News

ଭବିଷ୍ୟତର ଇନ୍ଧନ ହେଉଛି ହାଇଡ୍ରୋଜେନ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ହାଇଡ୍ରୋଜେନକୁ ଭବିଷ୍ୟତ ସମୟର ଇନ୍ଧନ ବୋଲି ଅଭିହିତ କରି ଏହାର ମହତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ ଏହି ଇନ୍ଧନ ବହୁତ ଗୁଡିଏ ଉଦ୍ୟୋଗ କ୍ଷେତ୍ରରେ କ୍ରାନ୍ତିକାରୀ ପରିବର୍ତ୍ତନ ଆଣିପାରିବ। ନୂଆଦିଲ୍ଲୀରେ ଭାରତୀୟ ଉଦ୍ୟୋଗ ସଙ୍ଘର ବାର୍ଷିକ ସମ୍ମିଳନୀରେ ହାଇଡ୍ରୋଜେନ ଅଭିଯାନକୁ ପ୍ରାଥମିକତା ଦେବାକୁ ଆହ୍ୱାନ ଦେଇଛନ୍ତି। ଶ୍ରୀ ଗଡ଼କରୀ ରସାୟନ, ଇସ୍ପାତ ଏବଂ ଔଷଧ ଉଦ୍ୟୋଗ ଭଳି କ୍ଷେତ୍ରଗୁଡିକର ଭବିଷ୍ୟତ ହାଇଡ୍ରୋଜେନ ସହ ଜଡିତ ଥିବା କହିଛନ୍ତି। ଶ୍ରୀ ଗଡ଼କରୀ କହିଛନ୍ତି, ଆଗାମୀ ୩ ବର୍ଷ ମଧ୍ୟରେ ସବୁଜ ଏକ୍ସପ୍ରେସ ୱେ ବିକାଶ ଯୋଜନା ଦ୍ୱାରା ପରିବହନ ବ୍ୟୟ ହ୍ରାସ ପାଇବା ସହ ରପ୍ତାନି ବୃଦ୍ଧି ହେବ ଓ ଅଧିକ ରୋଜଗାର ସୃଷ୍ଟି ହେବ।

Breaking News