Report Card Odisha

| Daily Odia News

ଇମ୍ରାନଙ୍କୁ ଅନ୍ତରୀଣ ଜାମିନ ମଞ୍ଜୁର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ନେତା ଇମ୍ରାନ ଖାନ୍‌ଙ୍କୁ ଲାହୋର ହାଇକୋର୍ଟ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଗତବର୍ଷ ନିଷିଦ୍ଧ ପାଣ୍ଠି ମାମାଲାରେ ପାକିସ୍ତାନର ନିର୍ବାଚନ କମିସନ ୭୦ ବର୍ଷୀୟ ଇମ୍ରାନଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ। ଏହାପରେ ଦଳର କର୍ମୀମାନେ କମିସନଙ୍କ କାର୍ଯ୍ୟାଳୟ ବାହାରେ ହିଂସାତ୍ମକ ପ୍ରତିବାଦ କରିଥିଲେ। ଏ ନେଇ ମାମଲା ହୋଇଥିଲା। ଇମ୍ରାନ ଜାମିନ ପାଇଁ ଆବେଦନ କରିଥିଲେ। ତେବେ ମାମଲାର ବିଚାର ପାଇଁ ‌ଅଦାଲତରେ ହାଜର ହେବାକୁ ବିଚାରପତି ତାରିକ ସଲିମ ଶେଖ୍‌ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଦୁଇଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଇମ୍ରାନଙ୍କୁ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ଅଦାଲତରେ ହାଜର ହୋଇଥିବାରୁ ବିଚାରପତି ଅଲ୍ଲୀ ବକର ନଜାଫି ଖୁସିବ୍ୟକ୍ତ କରିଥିଲେ। ଗତ ସପ୍ତାହରେ ଖାନ୍ ଅଦାଲତରେ ହାଜର ହୋଇଥାନ୍ତେ। ପିଏମ୍‌ଏଲ୍‌-ଏନ୍‌ ସରକାର ଇମ୍ରାନଙ୍କ ବିରୋଧରେ ଆତଙ୍କବାଦୀ ଦଫା ଲଗାଇ ତାଙ୍କୁ ଗିରଫ କରିବାକୁ ଯେଉଁ ଉଦ୍ୟମ କରିଥିଲା ସେଥିରୁ ତାଙ୍କୁ ସାମୟିକ ଆଶ୍ବସ୍ତି ମିଳିଛି।

 

Breaking News