Report Card Odisha

| Daily Odia News

ଇମ୍ରାନ୍‌ ଖାନ୍‌ଙ୍କୁ କଡ଼ା ଜବାବ ଦେଲେ ଭାରତର ସଚିବ ସ୍ନେହା ଦୁବେ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜାତିସଂଘରେ ଭାରତର ପ୍ରଥମ ସଚିବ ସ୍ନେହା ଦୁବେ ଆଜି ଅତି ପ୍ରଭାବୀ ଭାଷଣ ରଖି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ କଡ଼ା ଜବାବ ଦେଇଛନ୍ତି। ଆତଙ୍କବାଦୀଙ୍କୁ ସହଯୋଗ କରିବାରେ ପାକିସ୍ତାନର ଏକ ସ୍ବତନ୍ତ୍ର ଇତିହାସ ରହିଛି। ପାକିସ୍ତାନକୁ ତୁରନ୍ତ ପିଓକେ ଛାଡ଼ିଦେବାପାଇଁ ସେ କହିଥିଲେ। ସ୍ନେହା ଦୁବେ ହେଉଛନ୍ତି ୨୦୧୨ ବ୍ୟାଚ୍‌ ଆଇଏଫ୍‌ଏସ୍‌ ଅଫିସର। ଜବାହରଲାଲ୍‌ ନେହରୁ ବିଶ୍ବବିଦ୍ୟାଳୟରୁ ସେ ସ୍କୁଲ୍‌ ଅଫ୍‌ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍‌ରେ ଏମଫିଲ୍‌ କରିଛନ୍ତି। ପ୍ରଥମେ ସେ ବିଦେଶ ବ୍ୟାପାର ମନ୍ତ୍ରାଳୟରେ କାର୍ଯ୍ୟ କରୁଥିଲେ। ୨୦୧୪ରେ ଜାତିସଂଘରେ ରହିବା ପୂର୍ବରୁ ସେ ମଦ୍ରିଦରେ ଭାରତର ତୃତୀୟ ସଚିବ ଥିଲେ। ଖୁବ୍‌ କମ୍‌ ବୟସରୁ ‌ସ୍ନେହା ଆଇଏଫ୍‌ଏସରେ ଯୋଗ ଦେବାର ସ୍ବପ୍ନ ଦେଖିଥିଲେ। ୨୦୧୧ରେ ସେ ପ୍ରଥମ ଚେଷ୍ଟାରେ ହିଁ ଆଇଏଫ୍‌ଏସ୍‌ ପାଇଥିଲେ। ପରିବାରରୁ ପ୍ରଥମ କରି ସେ ସରକାରୀ ଚାକିରି ପାଇଛନ୍ତି। ସ୍ନେହା ଦୁବେଙ୍କ ବାପା ଏକ ମଲ୍ଟିନ୍ୟାସନାଲ୍‌ କମ୍ପାନିରେ କାମ କରୁଥିଲେ ଏବଂ ମା’ ଜଣେ ସ୍କୁଲ୍‌ ଶିକ୍ଷୟିତ୍ରୀ।

Breaking News