ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ଚୀନା ମୋବାଇଲ୍ କମ୍ପାନିଗୁଡ଼ିକ ସହ ସମ୍ପର୍କ ଥିବା କେତେକ ପ୍ରତିଷ୍ଠାନରେ ଆଜି ସକାଳୁ ଆୟକର ବିଭାଗ ଚଢ଼ାଉ କରି ଖାନତଲାସ ଚଳାଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। କେତେକ ଚୀନା ମୋବାଇଲ୍ କମ୍ପାନି ନୀତିନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ପାଇବା ପରେ ଆୟକର ଅଧିକାରୀମାନେ ତଲାସ ଆରମ୍ଭ କରିଥିବା କୁହାଯାଉଛି।ଚୀନା ମୋବାଇଲ୍ ଫୋନ୍ କମ୍ପାନିର କେତେକ ଉତ୍ପାଦନ କାରଖାନା, କର୍ପୋରେଟ୍ ଅଫିସ୍ ଏବଂ ଗୋଦାମରେ ତଲାସ ଚାଲିଥିବା କଥା ଉପରୋକ୍ତ ସୂତ୍ର ସୂଚନା ଦେଇଛି। ଉଲ୍ଲେଖଯୋଗ୍ୟ, ଗୁରୁଗ୍ରାମରେ ଥିବା ଚଳିତ ବର୍ଷ ଅଗଷ୍ଟରେ ଚୀନା ଟେଲିକମ୍ ଉପକରଣ ଉତ୍ପାଦନକର୍ତ୍ତା ‘ଜିଟିଇ’ରେ ଆୟକର ବିଭାଗ ତଲାସ କରିଥିଲା। ସେମାନଙ୍କ ଭାରତୀୟ ମୁଖ୍ୟଙ୍କୁ ମଧ୍ୟ ଆୟକର ବିଭାଗର ଅଧିକାରୀମାନେ ଜେରା କରିଥିଲେ। ସେମାନେ ଟିକସ ଫାଙ୍କିଥିବା ଜଣାପଡ଼ିଥିଲା। ନିକଟରେ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ମୋବାଇଲ୍ ଫୋନ୍, ଋଣ ଆବେଦନ ଏବଂ ପରିବହନ ବ୍ୟବସାୟରେ ସମ୍ପୃକ୍ତ ଥିବା କେତେକ ଚୀନା କମ୍ପାନିରେ ଚଢ଼ାଉ କରିଥିଲେ।






More Stories
କ୍ଷମା ମାଗିଲେ ଦୁବେ:ବିଜୁବାବୁ ଷ୍ଟେଟସ୍ ମ୍ୟାନ୍ ଥିଲେ…..
ଭୟଙ୍କର ବିମାନ ଦୁର୍ଘଟଣା,୨୯ ମୃତ…..
ଆଜିଠାରୁ ଜନଗଣନା…..