ରିପୋର୍ଟ କାର୍ଡ / ଭୁବନେଶ୍ଵର
ସ୍ବର୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ତଥା ଝାରସୁଗୁଡ଼ା ବିଧାୟିକା ପ୍ରାର୍ଥୀ ଦୀପାଳି ଦାସଙ୍କ ଭାଇ ବିଶାଳ ଦାସଙ୍କ PAଙ୍କ ଘରେ ଆଜି ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ପର୍ସନାଲ ଆସିଷ୍ଟାଣ୍ଟ ଆଶିଷ ଦାସଙ୍କ କୋଲାବିରା ଘରେ ଏହି ରେଡ୍ କରାଯାଇଛି। ୨ ଜଣିଆ ଆୟକର ଟିମ ପକ୍ଷରୁ ଏହି ରେଡ କରାଯାଉଥିବା ସୂଚନା ରହିଛି।ଗତକାଲି ରାତିରେ ଆୟକର ବିଭାଗ ବିଶାଳ ଦାସଙ୍କୁ ଝାରସୁଗୁଡ଼ାର ଏକ ଘରୋଇ ହୋଟେଲକୁ ଡାକି ୪ ଘଣ୍ଟା ଧରି ଜେରା କରିବା ପରେ ଛାଡ଼ିଥିଲା। କେଉଁଥି ପାଇଁ ଆୟକର ବିଭାଗ ବିଶାଳଙ୍କୁ ଜେରା କରିଥିଲା, ବିଶାଳ ଟିକସ ଫାଙ୍କି ଥିଲେ କି, ନା ଅନ୍ୟ କିଛି କାରଣ ରହିଛି ତାହା ମଧ୍ୟ ଜଣାପଡ଼ିନାହିଁ। ଏନେଇ ବିଶାଳ ଦାସଙ୍କ କୌଣସି ପ୍ରତିକ୍ରିୟ ମିଳିପାରିନି। ଅନ୍ୟପକ୍ଷରେ ଆୟକର ବିଭାଗ ଆଜି ବିଶାଳଙ୍କ PAଙ୍କ ଚଢ଼ାଉ କରିବା ତାହା ଚର୍ଚ୍ଚାର ବିଷୟ ପାଲଟିଛି। ଗତକାଲି ରାଉରକେଲା, ସୁନ୍ଦରଗଡ, ସମ୍ବଲପୁର ଓ ଭୁବନେଶ୍ୱରର ଆୟକର ଅଧିକାରୀ ବିଶାଳଙ୍କୁ ପଚରାଉଚରା କରିଥିଲେ। ଆୟକର ବିଭାଗର ୪ଟି ଟିମରେ ୧୫ ଅଧିକାରୀ ସାମିଲ ଥିଲେ।






More Stories
୩ ରାଜ୍ୟସଭା ଆସନ ଦଖଲ କରିବ ବିଜେପି….
ସଚିବଙ୍କୁ ଛୁଟି ମନା…..
ପଟ୍ଟାରେ ଲାଗିବ କ୍ୟୁଆର୍ କୋଡ୍…..