Report Card Odisha

| Daily Odia News

୩ ଲକ୍ଷ ଆୟ ଯାଏ ଟ୍ୟାକ୍ସ ଛାଡ଼….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ବଜେଟ୍‌ ରେ ନୂଆ ଟିକସ ବ୍ୟବସ୍ଥାରେ ଷ୍ଟାଣ୍ଡାର୍ଡ ଟ୍ୟାକ୍ସ ଡିଡକ୍ସନକୁ ୫୦୦୦୦ ଟଙ୍କାରୁ ବୃଦ୍ଧି କରି ୭୫୦୦୦ ଟଙ୍କା କରାଯାଇଛି। ୩ ଲକ୍ଷରୁ ୭ ଲକ୍ଷ ଯାଏ ଆୟରେ ମାତ୍ର ୫% ଆୟକର ଦେବାକୁ ପଡିବ। ଏହାପୂର୍ବରୁ ୬ ଲକ୍ଷ ଯାଏ ଆୟ ଉପରେ ୫% ଟ୍ୟାକ୍ସ ଦେବାକୁ ପଡୁଥିଲା। ସେହିପରି ୬ ଲକ୍ଷରୁ ୯ ଲକ୍ଷ ଯାଏ ଆୟ ଉପରେ ୧୦ % ଟ୍ୟାକ୍ସ ଦେବାକୁ ପଡୁଥିଲା । ଏବେ ନୂଆ ବ୍ୟବସ୍ଥା ଅନୁସାରେ ୩ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ଶୂନ ରହିଛି। ସେହିପରି ୭ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୧୦%, ୧୦ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୧୫%, ୧୨ରୁ ୧୫ ଲକ୍ଷ ଆୟ ପାଇଁ ଆୟକର ୨୦% ଓ ୧୫ ଲକ୍ଷରୁ ଅଧିକ ଆୟ ପାଇଁ ଆୟକର ୩୦% କରାଯାଇଛି। ତେବେ ଓଲ୍ଡ ଟ୍ୟାକ୍ସ ରିଜିମ୍‌ ଅପରିବର୍ତ୍ତିତ ରହିଛି। ପୁରୁଣା ଟିକସ ବ୍ୟବସ୍ଥା ଅନୁସାରେ ୨.୫ ଲକ୍ଷ ଟଙ୍କା ଯାଏ ଟ୍ୟାକ୍ସ ଛାଡ଼ ରହିଛି। ୨.୫ ଲକ୍ଷରୁ ୫ ଲକ୍ଷ ଯାଏ ଆୟ ଉପରେ ୫% ଆୟକର ରହିଛି। ସେହିପରି ୫ଲକ୍ଷରୁ ୧୦ ଲକ୍ଷ ଯାଏ ଆୟ ୨୦% ଓ ୧୦ ଲକ୍ଷରୁ ଅଧିକ ଆୟ ଉପରେ ୩୦% ଟ୍ୟାକ୍ସ ରେଟ୍‌ ରହିଛି।

Breaking News