ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗରିବ ଙ୍କୁ ନେଇ ପ୍ରକାଶ ପାଇଛି ଏକ ରିପୋର୍ଟ | ଦେଖିବାକୁ ମିଳିଛି କି ଦେଶରେ ଗତ ୮ବର୍ଷ ମଧ୍ୟରେ ଗରିବଙ୍କ ସଂଖ୍ୟା ବୃଦ୍ଧି ପାଇଛି | ଏନେଇ ଗଣମାଧ୍ୟମରେ ପ୍ରକାଶ ପାଇଛି । ଜର୍ମାନୀସ୍ଥିତ ଆଇଜେଡ୍ଏ ଶ୍ରମ ଅର୍ଥନୀତି ପ୍ରତିଷ୍ଠାନର ଗବେଷକ ସନ୍ତୋଷ ମେହରୋତ୍ରା ଓ ସହଯୋଗୀ ଯଯାତି କେଶରୀ ପରିଡାଙ୍କ ରିପୋର୍ଟ ଅନୁଯାୟୀ ଗତ ୮ବର୍ଷରେ ଭାରତରେ ଗରିବଙ୍କ ସଂଖ୍ୟା ବଢ଼ିଛି। ଜାତୀୟ ତେନ୍ଦୁଲକର ଗରିବ ସୀମାରେଖା ତଳେ ରହୁଥିବା ଲୋକଙ୍କ ସଂଖ୍ୟା ୭୬ ନିୟୁତକୁ ବୃଦ୍ଧି ପାଇଥିବା ରିପୋର୍ଟରେ କୁହାଯାଇଛି। ଦେଶରେ କରୋନା ମହାମାରୀ ପୂର୍ବରୁ ମଧ୍ୟ ଏହି ସଂଖ୍ୟା ବଢ଼ି ଥିବା ଦର୍ଶାଯାଇଛି। ଏହି ରିପୋର୍ଟକୁ କଂଗ୍ରେସ ସାଂସଦ ରାହୁଳ ଗାନ୍ଧୀ ନିଜ ଟୁଇଟର୍ ଆକାଉଣ୍ଟ୍ରେ ସଂଯୋଗ (ଟ୍ୟାଗ୍) କରି ସରକାରଙ୍କୁ ସମାଲୋଚନା କରିଛନ୍ତି। ସେତେବେଳେ ‘ଆଛେ ଦିନ୍’ ଆସିବ ବୋଲି କହୁଥିବା ଲୋକମାନେ କୁଆଡ଼େ ଗଲେ ବୋଲି ରାହୁଳ ପ୍ରଶ୍ନ କରିଛନ୍ତି।






More Stories
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..
ଶରଦ ପାଓ୍ବାରଙ୍କୁ ଝଟକା:ଅଜିତ ଯିବା ପରେ ବଦଳିଗଲା NCP!…..
“ହମ୍ପଟି ଡମ୍ପଟି ବଜେଟ”……