ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କରୋନା ସଂକ୍ରମଣ ପୁଣି ବଢ଼ିବା ଆରମ୍ଭ ହୋଇଛି | ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦେଶର କରୋନା ସ୍ଥିତି ଏବଂ ଓମିକ୍ରନ୍ ସଂକ୍ରମଣ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି । ବାରଣାସୀ ଗସ୍ତରୁ ଫେରିବାପରେ ମୋଦୀ ଗୁରୁବାର ସନ୍ଧ୍ୟାରେ ବରିଷ୍ଠ ଅଧିକାରୀମାନଙ୍କ ସହ କୋଭିଡ୍ ସ୍ଥିତି ଏବଂ ମୁକାବିଲା ସଂକ୍ରାନ୍ତ ବିଭିନ୍ନ ରଣନୀତି ନେଇ ସମୀକ୍ଷା କରିଛନ୍ତି। ଗତକାଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟମାନଙ୍କ ସହ ଅନ୍ୟ ଏକ ସମୀକ୍ଷା ବୈଠକ ମଧ୍ୟ ହୋଇଥିଲା। ଓମିକ୍ରନ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟମାନଙ୍କୁ ଅଧିକ ସତର୍କ ରହିବାପାଇଁ କୁହାଯାଇଛି। ଦେଶରେ ଓମିକ୍ରନ୍ ସଂକ୍ରମଣ ୩୦୦ ଟପିଥିବା ବେଳେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଆଗାମୀ ଉତ୍ସବ ସପ୍ତାହ ପାଇଁ ସ୍ଥାନୀୟସ୍ତରରେ କଟକଣା କଡ଼ାକଡ଼ି କରିବାକୁ କହିଛନ୍ତି। ନିର୍ବାଚନ ଥିବା ରାଜ୍ୟମାନଙ୍କରେ ଟିକାକରଣ ତ୍ବରାନ୍ବିତ କରିବାପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।






More Stories
ଇରାନ ସହ ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତୁତ…..
ସଂକଳ୍ପ ପତ୍ର ପ୍ରକାଶ କଲା ବିଜେପି…..
ବିଜୁ ବାବୁଙ୍କୁ ଟାର୍ଗେଟ୍ କରିନଥିଲି…..