ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରାଖଣ୍ଡରେ ନିୟନ୍ତ୍ରଣ ରେଖା ନିକଟ ଚୀନ୍ ସୀମାରେ ଏବେ ଭାରତ-ଆମେରିକା ମିଳିତ ସମରାଭ୍ୟାସ କୁ ଚୀନ୍ ବିରୋଧ କରୁଛି । ଭାରତ-ଚୀନ୍ ସଂପର୍କରେ ଆମେରିକା ମୁଣ୍ଡ ନ ପୂରାଇବାକୁ ଚୀନ୍ ଧମକ ଦେଇଥିବା ବେଳେଭାରତ ଏହା ଉପରେ ପ୍ରତିକ୍ରିୟା ରଖିଛି। ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦବ ବାଗ୍ଚୀ କହିଛନ୍ତି, ‘ଭାରତ କେଉଁ ରାଷ୍ଟ୍ର ସହିତ ସମରାଭ୍ୟାସ କରିବ ତାହା ଆମର ନିଜସ୍ବ ନିଷ୍ପତ୍ତି, ଚୀନ୍ ଏ କ୍ଷେତ୍ରରେ ନିଜର ନୀତି ନିଜେ ଉଲ୍ଲଂଘନ କରିବା ଉଚିତ ନୁହେଁ। ଆମେରିକା ସହ ଆମର ସଂପର୍କ ନେଇ ଚୀନ୍ ଭିଟୋ ପ୍ରୟୋଗ କରିପାରିବ ନାହିଁ ।’ ସୂଚନାଯୋଗ୍ୟ, ଭାରତ-ଆମେରିକା ମଧ୍ୟରେ ସାମରିକ ରଣନୀତିକ ସଂପର୍କ ଏକ ନୂଆ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଚୀନ୍ ସୀମାରେ ଚାଲିଥିବା ସମରାଭ୍ୟାସରେ ଉଭୟ ଦେଶ ଅତ୍ୟାଧୁନିକ ଯୁଦ୍ଧକୌଶଳରେ ସମରାଭ୍ୟାସ କରୁଛନ୍ତି । ଏଲ୍ଏସିରେ ଚୀନ୍ ନିଜର ଶକ୍ତି ବୃଦ୍ଧି କରି ଭାରତ ଉପରେ ଚାପ ସୃଷ୍ଟି କରିବାକୁ ଚାହୁଥିବା ବେଳେ ଭାରତ ଏହାର କଡ଼ା ଜବାବ ଦେଉଛି।






More Stories
ଭଡ଼ାଘର ଦେବେ ସରକାର…..
କଂଗ୍ରେସରୁ ନିଳମ୍ବିତ ହେଲେ…..
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର…..