Report Card Odisha

| Daily Odia News

ଆତଙ୍କବାଦ ମୁକାବିଲାରେ ଦୋହରା ନୀତି ଗ୍ରହଣ କରାଯିବା ଉଚିତ ନୁହେଁ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆତଙ୍କବାଦ ‌କ୍ଷେତ୍ରରେ ଦୋମୁହାଁ ନୀତି ତଥା ଛଳନା କରୁଥିବା ଦର୍ଶାଇ ଜାତିସଂଘର ସୁରକ୍ଷା ପରିଷଦ୍‌ ବୈଠକରେ ଭାରତ ଚୀନ୍‌ ଓ ପାକିସ୍ତାନକୁ ସମାଲୋଚନା କରିଛି। ଆନ୍ତର୍ଜାତିକ ଆତଙ୍କବାଦର ମିଳିତ ଭାବେ ମୁକାବିଲା କରିବାକୁ ଭାରତ ଆହ୍ୱାନ ଦେଇଛି । ଜାତିସଂଘ ନିରାପତ୍ତା ପରିଷଦ ଅଧିବେଶନରେ ‘ଆତଙ୍କବାଦ- ଆନ୍ତର୍ଜାତିକ ଶାନ୍ତି ଓ ନିରାପତ୍ତା ପ୍ରତି ବିପଦ’ ଶୀର୍ଷକ ଆଲୋଚନାରେ ଉଦବୋଧନ ଦେଇ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରାଷ୍ଟ୍ରଦୂତ ରୁଚିରା କାମ୍ବୋଜ କହିଛନ୍ତି ବିଶ୍ୱରେ ଆତଙ୍କବାଦର ବିପଦ ବୃଦ୍ଧି ପାଇବାରେ ଲାଗିଛି । ସେ କହିଛନ୍ତି ଆତଙ୍କବାଦର ମୁକାବିଲାରେ ଦୋହରା ନୀତି ଗ୍ରହଣ କରାଯିବା ଉଚିତ ନୁହେଁ । ଏ କ୍ଷେତ୍ରରେ ଗ୍ରହଣ କରାଯାଉଥିବା ଦୋହରା ନୀତି ଓ ଏହାର ରାଜନୀତିକରଣ ଯୋଗୁଁ ଜାତିସଂଘ ନିରାପତ୍ତା ପରିଷଦ କଟକଣା ନିୟମର ବିଶ୍ୱସନୀୟତା ହ୍ରାସ ପାଇଛି । ସେ ଏହା ମଧ୍ୟ କହିଛନ୍ତି କି ଜାତିସଂଘ ନିରାପତ୍ତା ପରିଷଦର ସମସ୍ତ ସଦସ୍ୟ ଏକସ୍ୱରରେ ସନ୍ତ୍ରାସବାଦ ବିରୁଦ୍ଧରେ ସଂଗ୍ରାମ କରିବାକୁ ସଂକଳ୍ପବଦ୍ଧତା ପ୍ରକାଶ କରିବା ଉଚିତ । ଶ୍ରୀମତୀ ରୁଚିରା କାମ୍ବୋଜ କହିଛନ୍ତି ବିଶ୍ୱର କିଛି ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କୁ ତାଲିକାଭୁକ୍ତ କରିବା ପାଇଁ ପ୍ରକ୍ରିୟା ସ୍ଥଗିତ ଥିବାରୁ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା । ସେ କହିଛନ୍ତି ସଦସ୍ୟ ରାଷ୍ଟ୍ରମାନେ ମନମୁଖି ଭାବେ ଆତଙ୍କବାଦର ଶ୍ରେଣୀଭୁକ୍ତ କରିବାରୁ ନିବୃତ ରହିବା ଆବଶ୍ୟକ ।

 

Breaking News