ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଝାଡ଼ଖଣ୍ଡ ମୁଖମନ୍ତ୍ରୀ ହେମନ୍ତ ସୋରେନ୍ଙ୍କ ଟ୍ବିଟ୍ କୁ ନେଇ ଏବେ ବିବାଦ ବଢିଚାଲିଛି । ନେଇ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏ ନେଇ ଟ୍ବିଟ୍ କରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଟ୍ବିଟ୍ କରି କହିଛନ୍ତି କି , ‘ପ୍ରିୟ ହେମନ୍ତ ସୋରେନ୍ । ମୁଁ ଆପଣଙ୍କୁ ବହୁତ ସମ୍ମାନ କରେ । କିନ୍ତୁ ଜଣେ ଭାଇ ଭାବେ ମୁଁ ଆପଣଙ୍କୁ ଅନୁରୋଧ କରୁଛି କି ଯେତେ ବି ମତଭେଦ ଥିଲେ ମଧ୍ୟ ଏଭଳି ସ୍ତରର ରାଜନୀତି ଆମ ରାଷ୍ଟ୍ରକୁ ହିଁ ଦୁର୍ବଳ କରିବ । କରୋନା ମହାମାରୀ ସମୟରେ ବର୍ତ୍ତମାନ ଯୁଦ୍ଧ ଲଢିବାର ସମୟ ପରସ୍ପରଙ୍କୁ ଆଙ୍ଗୁଠି ଦେଖାଇବାର ନୁହେଁ ବରଂ ଆମ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ମଜବୁତ କରିବାର ସମୟ । ଯାହାଫଳରେ ଏହି ମହାମାରୀ ବିରୁଦ୍ଧରେ ଆମେ ଲଢିପାରିବା ।‘ ସୂଚନାଯୋଗ୍ୟ, ଗତ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦେଶରେ କରୋନା ମହାମାରୀ ବୃଦ୍ଧିକୁ ନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ଝାଡଖଣ୍ଡ, ଆନ୍ଧ ପ୍ରଦେଶ, ଓଡିଶା ସମେତ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ । ଫୋନ ଯୋଗେ ମୋଦିଙ୍କ ସହ କଥା ହେବାପରେ ଟ୍ବିଟ୍ କରି ହେମନ୍ତ ସୋରେନ୍ ଲେଖିଥିଲେ, ‘ଆଜି ପ୍ରଧାନମନ୍ତ୍ରୀ ଜୀ ଫୋନ କରିଥିଲେ । ସେ କେବଳ ନିଜ ମନକଥା ହିଁ କହିଥିଲେ । ଭଲ ହୋଇଥାନ୍ତା ଯଦି ସେ କାମ ବିଷୟରେ କଥା ହୋଇଥାନ୍ତେ ଏବଂ କାମ ବିଷୟରେ ଶୁଣିଥାନ୍ତେ ।’ ହେମନ୍ତ ସୋରେନଙ୍କ ଟ୍ବିଟ୍କୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଜେପି ସାଂଗଠନିକ ମହାସଚିବ ବି. ଏଲ. ସନ୍ତୋଷ ପାଲଟା ଟ୍ବିଟ୍ କରି କହିଛନ୍ତି, ‘କିଛି ନେତା ଏଭଳି ତଳ ସ୍ତରକୁ ଚାଲିଯାଇଛନ୍ତି । ପ୍ରଧାନମନ୍ତ୍ରୀ ଫୋନ କରନ୍ତି ଏବଂ କୋଭିଡ୍-୧୯ ସ୍ଥିତିକୁ ନେଇ ଚର୍ଚ୍ଚା କରନ୍ତି । କିଛି ନହେଲେ ବି ନିଜ ପଦବୀର ଗାରିମା ବଜାୟ ରଖିବା ଉଚିତ ।‘
ଆସାବ ବିଜେପି ନେତା ହେମନ୍ତ ବିଶ୍ବା ଶର୍ମା ଟ୍ବିଟ୍ କରି କହିଛନ୍ତି, ‘ ହେମନ୍ତ ସୋରେନଙ୍କ ଟ୍ବିଟ୍ ସାମାନ୍ୟ ଶିଷ୍ଟାଚାରରୁ ବହୁ ଦୂରରେ ଏବଂ ଲୋକଙ୍କ ଅସୁବିଧାର ମଜାକ ଉଡାଇବା ଭଳି। ’
More Stories
ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା କଲା ପତ୍ନୀ….
ପଶ୍ଚିମବଙ୍ଗ ପାଇଁ ଯୋଜନା ଆରମ୍ଭ କରୁଛନ୍ତି ରାହୁଲ……
ଏଟିଏମରୁ ଟଙ୍କା ଉଠାଣ ହେବ ମହଙ୍ଗା….