ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସାମରେ ରାହୁଲଙ୍କ ନେତୃତ୍ବରେ ଏବେ ଚାଲିଥିବା ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ମାର୍ଗ ବଦଳିଯିବା ନେଇ ଅଭିଯୋଗ ହୋଇଛି। ପୋଲିସ ଯେଉଁ ମାର୍ଗରେ ଏହି ଯାତ୍ରାକୁ ଅନୁମତି ଦେଇଥିଲା ସେଥିରେ ପରିବର୍ତ୍ତନ ହୋଇଥିବାରୁ ଏକ ଏତଲା ରୁଜୁ କରିଛି। ଗୁରୁବାର ଅପରାହ୍ଣରେ ଜୋରହାଟରେ ହଠାତ୍ ରାସ୍ତା ପରିବର୍ତ୍ତନ ଯୋଗୁ ପୋଲିସ ଅଡ଼ୁଆ ପରିସ୍ଥିତିରେ ପଡ଼ିଥିଲା। ଏଥିସହିତ ଆୟୋଜକ କେବି ବାଇଜୁ ଓ ଅନ୍ୟମାନେ ଲୋକଙ୍କୁ ଟ୍ରାଫିକ ବାରିକେଡ୍ ଭାଙ୍ଗିବା ସହିତ ଦାୟିତ୍ବରେ ଥିବା ପୋଲିସ ଅଧିକାରୀଙ୍କୁ ଆକ୍ରମଣ କରିବା ପାଇଁ ଉସକାଇଥିଲେ। ରାହୁଲ ଏତଲା ଉପରେ ମତ ଦେବାକୁ ମନା କରିଦେଇଛନ୍ତି। ତେବେ ଜୟରାମ ରମେଶ କହିଛନ୍ତି ରାସ୍ତା ଗାଇଡଲାଇନରେ କୌଣସି ଉଲ୍ଲଂଘନ ହୋଇନାହିଁ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ଲୋକଙ୍କୁ ଉକ୍ତ ଯାତ୍ରାରେ ଯୋଗଦେବାରୁ ଅଟକାଉଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଯାତ୍ରାର ଷଷ୍ଠ ଦିନରେ ସର୍ବବୃହତ ନଦୀ ଦ୍ବୀପାଞ୍ଚଳ ମଜୁଲିରେ ରାହୁଲ ଓ ଅନ୍ୟମାନେ ଡଙ୍ଗାରେ ଯାତ୍ରା କରିବା ଦେଖିବାକୁ ମିଳିଛି।






More Stories
ଆଶାଙ୍କ ପରଲୋକର:ଭାବପ୍ରବଣ ହୋଇପଡ଼ିଲେ ମୋଦି…..
ଲୋକସଭା-ରାଜ୍ୟସଭା ସଦସ୍ୟଙ୍କୁ ହ୍ୱିପ୍ ଜାରି…..
ଆଶା ଭୋସ୍ଲେଙ୍କ ପରଲୋକ…..