Report Card Odisha

| Daily Odia News

ୟୁକ୍ରେନ୍‌ ବିମାନ ଉଡ଼ାଣରୁ କଟକଣା ହଟାଇଲା ଭାରତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ୟୁକ୍ରେନ୍‌ରୁ ଭାରତ ଏବଂ ଭାରତରୁ ‌ୟୁକ୍ରେନ୍‌କୁ ବିମାନ ଉଡ଼ାଣ ନେଇ ସରକାର ପୂର୍ବରୁ ଯେଉଁ କଟକଣା ଲଗାଇଥିଲେ ତାହା ହଟାଇ ଦେଇଛନ୍ତି। ରୁଷ୍‌-ୟୁକ୍ରେନ୍‌ ସଙ୍କଟ ଜାରି ରହିଥିବା ବେଳେ ଭାରତ ସରକାର ଗୁରୁବାର ଦିନ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଣିକି ବିମାନ ଉଡ଼ାଣରେ କୌଣସି କଟକଣା ରହିବନି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅନୁଯାୟୀ ବିନା କୌଣସି ପ୍ରତିବନ୍ଧକରେ ୟୁକ୍ରେନ୍‌ରୁ ଭାରତକୁ ବିମାନ ଚଳାଚଳ କରିପାରିବ। ଉଲ୍ଲେଖଯୋଗ୍ୟ, ୟୁକ୍ରେନ୍‌ରୁ ଭାରତକୁ ବିମାନ ନମିଳିବାରୁ ୟ‌ୁକ୍ରେନରେ ଥିବା ଭାରତୀୟଙ୍କ ମଧ୍ୟରେ ଭୟ ବଢ଼ିଥିଲା। ୟୁକ୍ରେନ୍‌ ସ୍ଥିତ ଭାରତୀୟ ଦୂତାବାସକୁ ଏନେଇ ଅନୁରୋଧ କରାଯାଇଥିଲା। ତେବେ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ନିକଟ ଭବିଷ୍ୟତରେ ଅଧିକ ବିମାନ ଉଡ଼ାଣ ପାଇଁ ଯୋଜନା କରାଯାଇଛି। ୟୁକ୍ରେନ୍‌ରେ ଥିବା ଭାରତୀୟ ଛାତ୍ରଛାତ୍ରୀ ଆଦୌ ଭୟ ନକରିବାପାଇଁ ଦୂତାବାସ ପକ୍ଷରୁ କୁହାଯାଇଛି। ଏବେ ୟୁ‌କ୍ରେନିଆନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍‌ସ, ଏୟାର ଆରବିୟା, ଫ୍ଲାଏ ଦୁବାଇ ଏବଂ କତାର୍‌ ଏୟାରୱେଜ୍‌ ୟୁକ୍ରେନ୍‌ରୁ ବିମାନ ଉଡ଼ାଣ ପରିଚାଳନା କରୁଛନ୍ତି।

 

Breaking News