Report Card Odisha

| Daily Odia News

କରୋନାକୁ ହରାଇବା ପାଇଁ ୩ଟି ଜିନିଷକୁ ବି‌ଶେଷ ଗୁରୁତ୍ବ ଦେବାକୁ ହେବ:ରଣଦୀପ ଗୁଲେରିଆ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

କରୋନା ଭାଇରସ୍‌କୁ ହରାଇବା ପାଇଁ ୩ଟି ଉପାୟ ଆପଣାଇବାକୁ ପଡିବ | ଏନେଇ ମତ ରଖିଛନ୍ତି ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ(ଏମ୍‌ସ)ର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ। କହିଛନ୍ତି କି ଭାଇରସ ଯଦି ଏହି ଭଳି ଭାବେ ବଢ଼ି ବଢ଼ି ଚାଲେ, କୌଣସି ମତେ ନିୟନ୍ତ୍ରଣକୁ ନଆ‌ସେ ତେବେ ଖୁବ୍ ଶୀଘ୍ର ଭାରତ କରୋନା ଭାଇରସ୍‌ର ତୃତୀୟ ଲହରକୁ ସାମ୍ନା କରିବ। ଏହାବ୍ୟତୀତ ମହାମାରୀକୁ ରୋକିବା ପାଇଁ କିଛି ରାଜ୍ୟ ଲାଗୁ କରିଥିବା ରାତ୍ରିକାଳୀନ କର୍ଫ୍ୟୁ ଓ ସପାହାନ୍ତ ଲକ୍‌ଡାଉନ୍‌ ନିଷ୍ପତ୍ତିକୁ ମଧ୍ୟ ନାପସନ୍ଦ କରିଛନ୍ତି ଗୁଲେରିଆ। ସେ କହିଛନ୍ତି ଏପରି ନିଷ୍ପତ୍ତି ଦ୍ବାରା ମହାମାରୀକୁ ରୋକାଯାଇ ପାରିବ ନାହିଁ। ତାଙ୍କ ହିସାବରେ ମହାମାରୀ କରୋନାକୁ ସଂପୂର୍ଣ୍ଣ ଆୟତ୍ତକୁ ଆଣିବା ପାଇଁ ଯଥେଷ୍ଟ ସମୟ ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି କରିବା ଏକମାତ୍ର ବିକଳ୍ପ। କରୋନାକୁ ହରାଇବା ପାଇଁ ୩ଟି ଜିନିଷକୁ ବି‌ଶେଷ ଗୁରୁତ୍ବ ଦେଇଛନ୍ତି ଗୁଲେରିଆ। ସେ କହିଛନ୍ତି ଅଧିକରୁ ଅଧିକ ସତର୍କ ରହି ଲୋକମାନଙ୍କ ସହ ଘନିଷ୍ଠତା ଛିନ୍ନ କରିବା। ଫଳରେ ସଂକ୍ରମଣ ହ୍ରାସ ପାଇବ। ସଂକ୍ରମଣ ହ୍ରାସ ପାଇବା ବ୍ୟତୀତ ହସ୍ପିଟାଲ୍‌ଗୁଡ଼ିକରେ ଆବଶ୍ୟକୀୟ ଭିତ୍ତିଭୂମିର ଉନ୍ନତିକରଣ ଓ ଟିକାକରଣ ହେଉଛି କରୋନାକୁ ଜିଣିବାର ପ୍ରମୁଖ ମାଧ୍ୟମ।

Breaking News