Report Card Odisha

| Daily Odia News

ଭାରତ-ପାକିସ୍ତାନ ମିଶି ୧୨ ଜୀବନ ବଞ୍ଚାଇଲେ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଭାରତୀୟ ତଟରକ୍ଷୀ ବାହିନୀ ଏବଂ ପାକିସ୍ତାନୀ ନୌସେନା ମିଳିତ ଭାବେ ସମୁଦ୍ର ଭିତରେ ୧୨ ନାବିକଙ୍କ ଜୀବନ ବଞ୍ଚାଇଛନ୍ତି। ଭାରତୀୟ ଜାହାଜ ଏମଏସଭି ଏଆଇ ପିରାନପିର ଗୁଜରାପଟର ପୋରବନ୍ଦରରୁ ଇରାନ ଯାଉଥିଲା। ଏଥିରେ ୧୨ ଜଣ ନାବିକ ଥିଲେ। ଗତ ବୁଧବାର ସାମୁଦ୍ରିକ ପାଗ ଖରାପ ଥିବାରୁ ଜାହାଜଟି ମଝି ସମୁଦ୍ରରେ ବୁଡ଼ିବାକୁ ଲାଗିଥିଲା। ଫଳରେ ଜାହାଜରେ ଥିବା ନାବିକମାନେ ଅସହାୟ ହୋଇପଡ଼ି ଶେଷରେ ଭାରତୀୟ ତଟରକ୍ଷୀ ବାହିନୀକୁ ଫୋନ କରିଥିଲେ। ମୁମ୍ବଇସ୍ଥିତ ସାମୁଦ୍ରିକ ଉଦ୍ଧାର ସହଯୋଗ କେନ୍ଦ୍ର(ଏମଆରସିସି) ଫୋନ କଲ ପାଇଥିଲା। ତୁରନ୍ତ ଏମଆରସିସି ପକ୍ଷରୁ ଗାନ୍ଧୀନଗରସ୍ଥିତ ଆଞ୍ଚଳିକ ମୁଖ୍ୟାଳୟକୁ ସତର୍କ କରାଯାଇଥିଲା। ଏହା ପରେ ତଟରକ୍ଷୀ ବାହିନୀ ସାର୍ଥକ ବୋଟ୍‌କୁ ଘଟଣାସ୍ଥଳକୁ ପଠାଇଥିଲା। ଏହା ସହିତ ପାକିସ୍ତାନର ଏମଆରସିସିକୁ ବି ଏ ବିଷୟରେ ସୂଚନା ଦିଆଯାଇଥିଲା। ଖବର ପାଇବା ପରେ ପାକିସ୍ତାନୀ ତଟରକ୍ଷୀ ବାହିନୀ ନିଜର ବୋଟ୍‌ ଏବଂ ବିମାନ ଘଟଣାସ୍ଥଳକୁ ପଠାଇଥିଲା। ଘଟଣାସ୍ଥଳର ଆଖପାଖରେ ଥିବା ଅନ୍ୟ ଜାହାଜ ଏବଂ ଡଙ୍ଗାକୁ ମଧ୍ୟ ଅବଗତ କରାଯାଇଥିଲା। ଶେଷରେ ବହୁ ଖୋଜାଖୋଜି ପରେ ନାବିକମାନଙ୍କୁ ଉଦ୍ଧାର କରାଯାଇଥିଲା। ଜାହାଜ ବୁଡ଼ିବା ଆଗରୁ ସେମାନେ ରେସକ୍ୟୁ ବୋଟ୍‌ ଜରିଆରେ ବାହାରି ଆସିଥିଲେ। ସେଠାରୁ ସାର୍ଥକ ବୋଟ ସେମାନଙ୍କୁ ଉଦ୍ଧାର କରି ଆସିଥିଲା।

Breaking News